ଭାରତ ଦାନ କରିଥିବା ୩ ଏୟାରକ୍ରାଫ୍ଟ ଉଡ଼ାଇପାରୁନି ମାଳଦ୍ୱୀପ

Published By : Prameya-News7 Bureau | May 13, 2024 IST

wion

ନୂଆଦିଲ୍ଲୀ: ଭାରତ ଦାନ କରିଥିବା ଏୟାରକ୍ରାଫ୍ଟ ଉଡ଼ାଇବାରେ ମାଳଦ୍ୱୀପ ସେନା ଅସମର୍ଥ। ନାହାନ୍ତି ଦକ୍ଷ ପାଇଲଟ୍। ଏନେଇ ସ୍ୱୀକାର କରିଛନ୍ତି ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ଘାସନ ମାସୁଦ। ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିର୍ଦ୍ଦେଶରେ ୭୬ ଭାରତୀୟ ପ୍ରତିରକ୍ଷା କର୍ମଚାରୀ ଦେଶ ଛାଡିବାର କିଛି ଦିନ ପରେ ତାଙ୍କର ବିବୃତ୍ତି ଆସିଛି।

ଘାସନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମ ଆଲୋଚନା କରିଥିଲେ। ଏହି ସମୟରେ ସେ ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ଡର୍ନିୟର ବିମାନ ଚଳାଇବା ପାଇଁ ମାଲଦ୍ୱୀପରେ ନିୟୋଜିତ ଭାରତୀୟ ସୈନିକଙ୍କ ପ୍ରତ୍ୟାବର୍ତ୍ତନ ଏବଂ ସେମାନଙ୍କ ସ୍ଥାନରେ ଭାରତୀୟ ନାଗରିକଙ୍କ ଆଗମନ ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଉତ୍ତର ରଖିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମାଲଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ (MNDF) ରେ କୌଣସି ମାଳଦ୍ୱୀପ ସାମରିକ କର୍ମଚାରୀ ନାହାଁନ୍ତି ଯିଏ ଏହି ୩ଟି ବିମାନ ଚଳାଇ ପାରିବେ। ତେବେ ପୂର୍ବ ସରକାରଙ୍କ ଚୁକ୍ତିନାମା ଅନୁଯାୟୀ କିଛି ସୈନିକଙ୍କୁ ଫ୍ଲାଇଙ୍ଗ ଟ୍ରେନିଂ ଆରମ୍ଭ କରାଯାଇଥିଲା।

 ‘Adhadhoo.com’ ନ୍ୟୁଜ୍ ପୋର୍ଟାଲ୍ ଘାସନଙ୍କ ଉଦ୍ଦେଶ୍ୟରେ କହିଛି, ‘ଏହା ଏକ ପ୍ରଶିକ୍ଷଣ ଥିଲା ଯେଉଁଥି ପାଇଁ ବିଭିନ୍ନ ପର୍ଯ୍ୟାୟ ଅତିକ୍ରମ କରିବା ଆବଶ୍ୟକ ଥିଲା, କିନ୍ତୁ ବିଭିନ୍ନ କାରଣରୁ ଆମର ସେନା ଏହାକୁ ସମ୍ପୂର୍ଣ୍ଣ କରିପାରିନଥିଲେ। ବର୍ତ୍ତମାନ ଆମର ସଶସ୍ତ୍ର ବାହିନୀରେ କୌଣସି ବ୍ୟକ୍ତି ନାହାଁନ୍ତି ଯାହାର ଦୁଇଟି ହେଲିକପ୍ଟର ଏବଂ ଡର୍ନିଅର୍ ଉଡ଼ାଇବା ପାଇଁ ଲାଇସେନ୍ସ କିମ୍ବା ସମ୍ପୂର୍ଣ୍ଣ ଫ୍ଲାଇଙ୍ଗ୍ ଟ୍ରେନିଂ ରହିଛି।

ପ୍ରକାଶଥାଉକି ରାଷ୍ଟ୍ରପତି ମୁଇଜୁ ଚୀନ୍ ସମର୍ଥକ ଭାବେ ବିବେଚନା କରାଯାଏ। ଆସନ୍ତା ମେ ୧୦ ତାରିଖ ସୁଦ୍ଧା ମାଲଦ୍ୱୀପରେ ତିନୋଟି ବିମାନ ପ୍ଲାଟଫର୍ମ ଚଳାଉଥିବା ସମସ୍ତ ଭାରତୀୟ ସୈନିକଙ୍କୁ ପଠାଇବାକୁ ସେ ଜିଦ୍ ଧରିଥିଲେ। ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତତା ଦେଖାଦେଇଥିଲା। ପ୍ରକାଶଥାଉକି ଭାରତ ପୂର୍ବରୁ ୭୬ ଜଣ ସୈନିକଙ୍କୁ ଫେରାଇ ଆଣିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.