ମାଲଦ୍ୱୀପ : ବିଲ୍ଡିଂର ନିଆଁ ଲାଗି ୯ ଭାରତୀୟଙ୍କ ସମେତ ୧୦ ମୃତ

Published By : Prameya-News7 Bureau | November 10, 2022 IST

ମାଲେ ୧୦।୧୧: ମାଲଦ୍ୱୀପ ରାଜଧାନୀ ମାଲେର ଏକ ବିଲ୍ଡିଂରେ ନିଆଁ ଲାଗିଯିବା ଯୋଗୁ ଅନୁନ୍ୟ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ।  ନିଆଁ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଗ୍ୟାରେଜରେ ଲାଗି ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡରେ ୯ ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାଗରିକ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଅଗ୍ନିକାଣ୍ଡ ପରେ ଉପର ମହଲାରୁ ୧୦ ଜଣଙ୍କ ଶବତ ଉଦ୍ଧାର ହୋଇଛି।

wp:embed {"url":"https://twitter.com/HCIMaldives/status/1590573255592923136","type":"rich","providerNameSlug":"twitter","responsive":true}
https://twitter.com/HCIMaldives/status/1590573255592923136
/wp:embed

କାର ରିପ୍ୟାରିଂ ଗ୍ୟାରେଜରୁ ବ୍ୟାପିଥିବା ନିଆଁ ଏତେ ଭୟାନକ ଥିଲା ଯେ ନିଆଁକୁ ଆୟତ୍ତ କରିବା ଲାଗି ଦମକଳ ବିଭାଗ କର୍ମଚାରୀଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା। ପୋଲିସ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଭାରତୀୟ ଓ ବାଂଲାଦେଶୀ ନାଗରିକ ଅଛନ୍ତି। ମାଲଦ୍ୱୀପରେ ଭାରତୀୟ ଉଚ୍ଚାୟୁକ୍ତ ମାଲେ ଅଗ୍ନିକାଣ୍ଡରେ ମୃତକ ଭାରତୀୟଙ୍କ ନିମନ୍ତେ ଶୋକ ପ୍ରକଟ କରିଛି। ଉଚ୍ଚାୟୋଗ ମାଲଦ୍ୱୀପ ସରକାରଙ୍କ ସମ୍ପର୍କରେ ଥିବା ସୂଚିତ କରିଛନ୍ତି। ଏହି ଘଟଣାରେ ମାଲଦ୍ୱୀପ ସରକାରଙ୍କ ଜନୈକ ଶୀର୍ଷ ଅଧିକାରୀ ପୋଲିସ ମୃତକଙ୍କ ଚିହ୍ନଟ ଲାଗି ଉଦ୍ୟମ କରୁଥିବା କହିଛନ୍ତି।

wp:html /wp:html

ମାଲଦ୍ୱୀପ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଟ୍ୱିଟ୍‌ କରି ମାଲେ ଅଗ୍ନିକାଣ୍ଡ ଦୁର୍ଗତଙ୍କ ଲାଗି ଏକ ଷ୍ଟାଡିୟମରେ ରିଲିଫ ଓ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯାଇଥିବା ସୂଚିତ କରିଛନ୍ତି। ଏହା ଛଡା ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା ଲାଗି ବ୍ୟବସ୍ଥା କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡ ପରେ ମାଲଦ୍ୱୀପରେ ବିପଦଜନକ ଅବସ୍ଥାରେ ରହୁଥିବା ବିଦେଶୀ ଶ୍ରମିକଙ୍କ ସମସ୍ୟା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ମାଲଦ୍ୱୀପର ବିଭିନ୍ନ ରାଜନୈତିକ ଦଳ ବିଦେଶୀ ଶ୍ରମିକଙ୍କୁ ଏଠାରେ ଦୟନୀୟ ପରିସ୍ଥିତିରେ ରହିବାକୁ ପଡୁଥିବା କହିଛନ୍ତି।

ମାଲଦ୍ୱୀପରେ ରହି କାମ କରୁଥିବା ଅଧିକାଂଶ ଶ୍ରମିକ ଭାରତ, ବାଂଲାଦେଶ, ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କା ଆଦି ଦେଶର। ଏଠାରେ ଏମାନଙ୍କ ଦୟନୀୟ ପରିସ୍ଥିତି ସମ୍ପର୍କରେ ପ୍ରଥମେ କରୋନା କାଳରେ ଜଣାପଡିଥିଲା। ସେ ସମୟରେ ସ୍ଥାନୀୟ ଲୋକଙ୍କ ଅପେକ୍ଷା ବିଦେଶୀ ଶ୍ରମିକଙ୍କ ଠାରେ କରୋନା ୩ ଗୁଣା ବେଗରେ ବ୍ୟାପିଥିଲା। ଫଳରେ ଅନେକ ବିଦେଶୀ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.