ମାତାଲ ହୋଇ ମାଲବାହୀ ଟ୍ରେନରେ ଚଢୁଥିଲେ, ଖସି ପଡି ଜୀବନ ହାରିଲେ ଯୁବକ

Published By : Prameya-News7 Bureau | July 08, 2021 IST

କଣ୍ଟାବାଞ୍ଜି, ୦୮/୦୭:  ମାଲବାହୀ ଟ୍ରେନରୁ ପଡି ଯୁବକ ମୃତ ।  ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକର ଜଣେ ଯୁବକ ମାଲବାହୀ ଟ୍ରେନରୁ ପଡି ମୃତ୍ୟୁବରଣ କରିଛନ୍ତି ।  

ସୂଚନା ଅନୁସାରେ, ତୁରେକେଲା ବ୍ଲକ ବରଲା ଗ୍ରାମର ଗୁର ବାଗ(୪୫) ବୁଧବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟ ରେଳ ଧାରଣା କଡରେ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିଲେ । ଏହା ଦେଖି ଜଣେ ରେଳ କର୍ମଚାରୀ ଆରପି ଏଫ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଗୁରୁବାର ସକାଳେ ଡାକ୍ତରଖାନାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।

ଯୁବକଜଣଙ୍କ ଶ୍ୱଶୁର ଘରେ କିଛି ଦିନ ହେଲା ରହୁଥିଲେ । ବୁଧବାର ସେ ନିଶାସକ୍ତ ଅବସ୍ଥାରେ ଏକ ମାଲଵାହୀ ଟ୍ରେନରେ ଚଢିବାକୁ ପ୍ରୟାସ କରିଥିବା ବେଳେ ଗୋଡ଼ ଖସିଯାଇ ତଳେ କଚାଡି ହୋଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ  ଦେହରେଆଘାତ ଲାଗିଥିଲା । ମୃତ୍ୟୁ ଖବର ପାଇ ତାଙ୍କ ପରିବାର ବର୍ଗ ଡାକ୍ତରଖାନାକୁ ଆସି ମୃତଦେହ ଚିହ୍ନଟ କରିବା ପରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.