ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଅଚାନକ ଇସ୍ତଫା, ଭାରତ ବିରୋଧରେ ପାକିସ୍ତାନକୁ ଦେଇଥିଲେ ସମର୍ଥନ..
24/02/2020 at 5:58 PM

ନୂଆଦିଲ୍ଲୀ୨୪/୨: ସୋମବାରରେ ମାଲେସିଆ ପ୍ରଧାନମନ୍ତ୍ରୀ ମାହାତୀର ମହମ୍ମଦ ଅଚାନକ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।ଏହା ପରେ ମାଲେସିଆରେ ନୂଆ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଯାଇଛି।

୯୪ ବର୍ଷ ବୟସ୍କ ପ୍ରଧାନମନ୍ତ୍ରୀ ମହାତୀର ୨ ପଦ ବୟାନ ଜାରି କରିଛନ୍ତି। ସେ କହିଥିଲେ ଯେ ସକାଳ ୫ଟାରେ ଦେଶର ସୁଲତାନଙ୍କୁ ତାଙ୍କର ଇସ୍ତଫାପତ୍ର ହସ୍ତାନ୍ତର କରିବେ।

ବିଭିନ୍ନ ସମୟରେ ଭାରତ ବିରୋଧରେ ମହାତୀର ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥାଆନ୍ତି। ସେଥିପାଇଁ ବହୁ ସମୟରେ ମହାତୀର ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି।

କିଛି ସପ୍ତାହ ପରେ ମହାତୀରଙ୍କ ଇସ୍ତାଫା ନେଇ ଚର୍ଚ୍ଚା ଲାଗି ରହିଥିଲା। ନୂଆ ସରକାର ପାଇଁ ଯୋଜନା ଚାଲିଛି। ଯେଉଁଥିରେ ଘୋଷିତ ଉତ୍ତରାଧିକାରୀ ଅନଓ୍ବାର ଇବ୍ରାହିମ ସାମିଲ ରହିବେ ନାହିଁ। ଅନଓ୍ବାର ଓ ମହାତୀର ୟୁଏମ୍ଏନଓ ବାରିସନ ନ୍ୟାସନାଲ କୋଲିସନକୁ ସତ୍ତାରୁ ହଟାଇବା ପାଇଁ ୨୦୧୮ ନିର୍ବାଚନ ପୂର୍ବରୁ ଏକସାଙ୍ଗରେ ଆସିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଛଅ ଦଶକରୁ ମଲେସିୟାର ସତ୍ତା ଉପରେ ସ୍ଥାପିତ ଦଳକୁ ହରାଇ ଅନଓ୍ବର ମହାତୀର ଗଠବନ୍ଧନ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଜୀବ ରାଜ୍ଜାକଙ୍କ ପାଖରୁ ଚେୟାର ଛଡ଼ାଇ ନେଇଥିଲେ।