ନୂଆଦିଲ୍ଲୀ: ମାଲେସିଆରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ମଝି ଆକାଶରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ ୧୦ଣଙ୍କ ମୃତ୍ୟୁ ହୋଇଛି । ମାଲେସିଆର ରୟାଲ ନୌ-ସେନାର ସମରାଭ୍ୟାସ ବେଳେ ଏହି ଘଟଣା ଘଟିଛି ।
ମଙ୍ଗଳବାର ମାଲେସିଆର ଲୁମୁଟରେ ରୟାଲ ନେଭି ସମରାଭ୍ୟାସ କରୁଥିଲା । ଏହି ସମୟରେ ସେନାର ଗୋଟିଏ ହେଲିକପ୍ଟର ଅନ୍ୟ ଏକ ହେଲକପ୍ଟରକୁ ଧକ୍କା ଦେଇଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ୍ରାସ୍ ହୋଇଥିବା ଦୁଇ ହେଲିକପ୍ଟର ମଧ୍ୟରୁ ଗୋଟିଏ ଫେନେକ୍ ଏମ-୫୦୨-୬ ଏବଂ ଅନ୍ୟଟି ଏଚଓଏମ ଏମ-୫୦୩-୩ର ରହିଛି ।
ମାଲେସିଆ ନୌ-ସେନା ଏହି ଦୁର୍ଘଟଣାକୁ ନେଇ ଏକ ବୟାନ ଜାରି କରି କହିଛି, ୫ ମେ’ରେ ହେବାକୁ ଥିବା ନୌ-ସେନାର ୯୦ତମ ପ୍ରତିଷ୍ଠା ଦିବସ ପାଇଁ ପରେଡ୍ ରିହର୍ସଲ୍ କରୁଥିଲେ । ଏହି ଗୋଟିଏ ହେଲିକପ୍ଟର ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୧୦ଜଣଙ୍କ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି ବୋଲି ନୌ-ସେନା ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହାର ଯାଞ୍ଚ ପାଇଁ ପ୍ରଶାସନ ପକ୍ଷରୁ ଏକ ଯାଞ୍ଚ କମିଟି ଗଠନ କରାଯାଇଛି ।