ଭାରତୀୟଙ୍କ ପାଇଁ ଖୁସି ଖବର ! ବିନା ଭିସାରେ ଯାଇପାରିବେ ମାଲେସିଆ

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବିନା ଭିସାରେ ଭାରତୀୟ ନାଗରିକ ମାଲେସିଆ ଯାତ୍ରା କରିପାରିବେ। କେବଳ ଭାରତ ନୁହେଁ, ଚୀନ୍ ନାଗରିକଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ମିଳିବ। ଡିସେମ୍ବର ୧ରୁ ଏହା କାର୍ଯ୍ୟକାରୀ ହେବ। ବିନା ଭିସାରେ ଭାରତୀୟ ନାଗରିକ ସେଠାରେ ୩୦ ଦିନ ରହିପାରିବେ।

ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମାଲେସିଆ ସରକାର। ଏହି ସୂଚନା ଦେଇଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଯଦି ଆପଣ ଭାରତରୁ କୁଆଲାଲମ୍ପୁରକୁ ଯାଆନ୍ତି, ତେବେ ଚେନ୍ନାଇ-କୋଲକାତା ଭଳି ସହରରୁ ବିମାନ ଉଡ଼ାଣର ମୂଲ୍ୟ ପ୍ରାୟ ୧୨ ହଜାର ଟଙ୍କା ହେବ।

ଏହାପୂର୍ବରୁ ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ମଧ୍ୟ ଭିସା ଫ୍ରି ନେଇ ଘୋଷଣା କରିଥିଲେ। ଭିଏତନାମ ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ଏଣ୍ଟ୍ରି ଫ୍ରି କରିପାରେ ବୋଲି ଖବର ଆସିଥିଲା। ବର୍ତ୍ତମାନ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ଡେନମାର୍କ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ଭଳି ଦେଶର ନାଗରିକ ବିନା ଭିସାରେ ଭିଏତନାମରେ ପ୍ରବେଶ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.