ମାଲିସିଆର ପାକିସ୍ତାନ ପ୍ରେମ ମହଙ୍ଗା ପଡିଲା - ଏମିତି ଝଟକା ଦେଲେ ଭାରତୀୟ ବେପାରୀ

Published By : Prameya-News7 Bureau | October 22, 2019 IST

ନୂଆଦିଲ୍ଲୀ - ମାଲେସିଆକୁ ପାକିସ୍ତାନ ସମର୍ଥନରେ ବାହାରି କାଶ୍ମୀର ପ୍ରସଙ୍ଗରେ ବୟାନ ବାଜି କରିବା ମହଙ୍ଗା ସାବସ୍ତ୍ୟ ହୋଇଛି । ଅନେକ ଭାରତୀୟ ବ୍ୟବସାୟୀ ଦେଶଭକ୍ତି ଦେଖାଇ ମାଲେସିଆଠାରୁ ପାମ୍‌ ଅଏଲ୍‌ କିଣିବା ବନ୍ଦ କରି ଦେଇଛନ୍ତି । ଜାମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମାଲେସିଆ ବିରୋଧ କରିଥିଲା । ଏବେ ବିଭିନ୍ନ ଭାରତୀୟ କମ୍ପାନୀ ମାଲେସିଆଠାରୁ ପାମ୍‌ ଅଏଲ୍‌ ଆମଦାନୀ କରିବା ବନ୍ଦ କରି ଦେଇଛନ୍ତି ।

ଏହା ପରେ ମାଲେସିଆରେ ପାମ୍‌ ଅଏଲ୍‌ ବ୍ୟବସାୟ ମାନ୍ଦାବସ୍ଥାରୁ ଆସିଯାଇଛି । ଏବେ ଭାରତୀୟ ଆମଦାନୀକାରୀ ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ ଆଣିବା ପାଇଁ ଯୋଜନା କରୁଛନ୍ତି । ନିଜ ଦେଶର କ୍ଷତି ଦେଖି ମାଲେସିଆ ଏବେ ଭାରତ ଓ ମାଲେସିଆ ମଧ୍ୟରେ ଥିବା ଭଲ ସମ୍ପର୍କର ଦ୍ୱାହୀ ଦେଉଛି ।

{"id":173225}


ଜାତିସଂଘରେ ମଧ୍ୟ ମାଲେସିଆ ଓ ତୁର୍କୀ ପାକିସ୍ତାନ ସମର୍ଥନରେ ବାହାରିଥିଲେ। ଜାମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ଏମାନେ ବିରୋଧ କରିଥିଲେ । ମାତ୍ର ବ୍ୟବସାୟରେ କ୍ଷତି ହେଉଥିବା ଦେଖି ଏବେ ମାଲେସିଆର ପାମ୍‌ ଅଏଲ୍‌ ଆସୋସିଏସନ୍‌ ଭାରତ ମାଲେସିଆରୁ ପାମ୍‌ ଅଏଲ୍‌ ସହ ଅନ୍ୟ ଉତ୍ପାଦ ଆମଦାନୀ ବନ୍ଦ କରୁଥବାରୁ ଏହା ପୁଣିଥରେ ସ୍ୱାଭାବିକ ହୋଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି ।

ମାଲେସିଆରୁ ପାମ୍‌ ଅଏଲ୍‌ ନଆଣିଲେ ଭାରତ ଉପରେ ବିଶେଷ ପ୍ରଭାବ ପଡିବା ନାହିଁ । ଏହା ପୂର୍ବରୁ ଭାରତର ପାମ୍‌ ଅଏଲ୍‌ କମ୍ପାନୀ ଓ ବ୍ୟବସାୟୀମାନେ ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ ଆଣିବା ଆରମ୍ଭ କରି ଦେଇଛନ୍ତି ।


ଭାରତ ମାଲେସିଆର ସବୁଠାରୁ ବଡ ପାମ୍‌ ଅଏଲ୍‌ ଆମଦାନୀକାରୀ ଦେଶ ଥିଲା । ଭାରତୀୟ ସଲଭେଣ୍ଟ୍‌ ଆସୋସିଏସନ୍‌ ବା ତୈଳ ବ୍ୟବସାୟୀଙ୍କ ସଂଘର ସଭାପତି ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ କିଣାଯିବ ବୋଲି କହିଛନ୍ତି । ମାଲେସିଆ ଏହାର ପ୍ରତିବାଦ କରିଛି । ଇଣ୍ଡୋନେସିଆ ପାମ୍‌ ଅଏଲ୍‌ର ଦର ବୃଦ୍ଧି କରିବ ବୋଲି ମାଲେସିଆ ପକ୍ଷରୁ କୁହାଯାଇଛି। ଭାରତୀୟ ତୈଳ ବ୍ୟବସାୟୀମାନେ ଦେଶ ଆଗ ଦାମ ନୁହଁ ବୋଲି କହିଛନ୍ତି ।

ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଭାରତ ମାଲେସିଆଠାରୁ ୩୯,୦୮,୨୧୨ ଟନ୍‌ ପାମ୍‌ ଅଏଲ୍‌ ଆମଦାନୀ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.