ନୂଆଦିଲ୍ଲୀ ୨୯।୧୧ : ୫୫ତମ ଜ୍ଞାନ ପୀଠ ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ପ୍ରଖ୍ୟାତ ମାଲାୟଲୀ ଲେଖକ ଅକ୍କିତମ ଅଚ୍ୟୁତନ ନମ୍ବୁଦିରୀଙ୍କୁ ଏଥିପାଇଁ ଚୟନ କରାଯାଇଛି। ଭାରତୀୟ ଜ୍ଞାନପୀଠ ପ୍ରବର ସମିତି ଏଥିଲାଗି ଶ୍ରେଷ୍ଠ କବି ତଥା ସାହିତ୍ୟିକ ନମ୍ବଦିରୀଙ୍କୁ ମନୋନୟନ କରିଛନ୍ତି। ତାଙ୍କୁ ପୁରସ୍କାର ସ୍ୱରୂପ ନଗଦ ୧୧ଲକ୍ଷ ଟଙ୍କା, ମାନପତ୍ର ଓ ବାଗଦେବୀଙ୍କ ଏକ ପ୍ରତିମା ସମେତ ସ୍ମୃତିଚିହ୍ନ ପ୍ରଦାନ କରାଯିବ।
{"id":191794,"sizeSlug":"large"}୮ ମାର୍ଚ୍ଚ ୧୯୨୬ ମସିହାରେ କେରଳର ପଲାକଡ ଜିଲ୍ଲା କୁମର ନଲ୍ଲୁର ଗାଁରେ ଜନ୍ମିତ ଅସାଧାରଣ କବି ତଥା ଲେଖକ ଅକ୍କିତମ ଅଚ୍ୟୁତନଙ୍କୁ ଓଡିଆ ଲେଖିକା ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଜ୍ଞାନପୀଠ ପ୍ରବର ସମିତି ପୁରସ୍କାର ଲାଗି ମନୋନୀତ କରିଛନ୍ତି। ସମିତିରେ ପ୍ରଫେସର ସମିମ ହନଫୀ, ହରିଶ ତ୍ରିବେଦୀ, ସୁରଞ୍ଜନ ଦାସ, ଚନ୍ଦ୍ରକାନ୍ତ ପାଟିଲ, ଅସଗର ବଜାହତ, ମାଧବ କୌଶିକ ଓ ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ଆଦି ଉପସ୍ଥିତ ଥିଲେ।
{"id":191795,"sizeSlug":"large"}ଭାରତୀୟ ଜ୍ଞାନପୀଠ ଦ୍ୱାରା ଜାରୀ ଏକ ବିଜ୍ଞପ୍ତିରେ ଅକ୍କିତମ ବାଲ୍ୟକାଳରୁ ହିଁ ସାହିତ୍ୟ, ଚିତ୍ରକଳା, ସଙ୍ଗୀତ ଓ ଜ୍ୟୋତିଷୀର ବିଶେଷ ଅନୁରାଗୀ ଥିଲେ। କବିତା, ନାଟକ, ଉପନ୍ୟାସ ଓ ଅନୁବାଦରେ ତାଙ୍କର ୪୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି। ସେ ସକାରତ୍ମକ ସାମାଜିକ ପରିବର୍ତ୍ତନର ପ୍ରସ୍ତାବକ ଯୁଗଦ୍ରଷ୍ଟା କବି ହୋଇଥିବା ବେଳେ ଅତୀତରେ ସେ ସାହିତ୍ୟ ଆକାଡେମୀ ପୁରସ୍କାର, ମୂର୍ତ୍ତି ଦେବୀ ପୂରସ୍କାର, କବିର ସମ୍ମାନ, ବଲ୍ଲତୋଲ ସମ୍ମାନ ଆଦିରେ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ରଚନାବଳୀ ଅନେକ ଭାରତୀୟ ଭାଷା ସମେତ ବିଦେଶୀ ଭାଷାରେ ମଧ୍ୟ ଅନୁଦିତ ହୋଇ ପ୍ରକାଶିତ ହୋଇଛି।