scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଲୟାଲମ ନିର୍ଦ୍ଦେଶକ ସିଦ୍ଦିକିଙ୍କ ପରଲୋକ, ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମର କରିଥିଲେ ନିର୍ଦ୍ଦେଶନା

8/08/2023 at 11:21 PM

ନୂଆଦିଲ୍ଲୀ, ୦୮/୦୮: ଦକ୍ଷିଣ ଭାରତ ସିନେମା ଜଗତକୁ ବଡ଼ ଝଟକା। ମଲୟାଲମ ସିନେମା ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ସିଦ୍ଦିକଙ୍କ ଦେହାନ୍ତ। ହାର୍ଟ ଆଟାକ୍‌ କାରଣରୁ ଏହି ୬୩ ବର୍ଷୀୟ ନିର୍ଦ୍ଦେଶକଙ୍କ ମୃତ୍ୟ ହାଇଛି। ସିଦ୍ଦିକି ସଲମାନ ଖାନଙ୍କ ହିନ୍ଦି ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ଦେଇଥିଲେ।

ସୂଚନା ଅନୁଯାୟୀ, ସିଦ୍ଦିକିଙ୍କୁ ସୋମବାର ହାର୍ଟ ଆଟାକ୍ ଆସିଥିଲା। ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ କୋଚ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଥିଲା। ଆଉ ହସ୍ପିଟାଲରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ବି ତାଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା। ତାଙ୍କର ମୃତ୍ୟୁ ପରେ ସମଗ୍ର ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ବୁଧବାର ସନ୍ଧ୍ୟା ୬ଟାରେ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର କରାଯିବ।

ଏହି ସବୁ ଫିଲ୍ମ କରିଥିଲା ଲୋକପ୍ରିୟ:

ସିଦ୍ଦିକିଙ୍କ ପ୍ରଥମ ଫିଲ୍ମ ‘ରାମଜୀ ରାଓ ସ୍ପିକିଂ’ ୧୯୮୯ରେ ଆସିଥିଲା। ଏହା ବ୍ୟତୀତ ତାଙ୍କର ଲୋକପ୍ରିୟ ଫିଲ୍ମ ତାଲିକାରେ ‘ହରିହର ନଗର’ (୧୯୯୦), ‘ଗଡଫାଦର’ (୧୯୯୧), ‘ଭିଏତନାମ କଲୋନୀ’ (୧୯୯୨), ‘କାବୁଲିଓ୍ବାଲା’ (୧୯୯୩) ଏବଂ ‘ହିଟଲର’ (୧୯୯୬) ଏବଂ ‘ବଡିଗାର୍ଡ’ ଭଳି ଫିଲ୍ମ ରହିଛି।ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମର ତାମିଲ ସଂସ୍କରଣକୁ ମଧ୍ୟ ସେ ନିର୍ଦ୍ଦେଶନା କରିଥିଲେ। ଯାହାର ନାମ ଥିଲା ‘କବଲନ’। ସେଥିରେ ବିଜୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

   Related Posts


9 December 2023