LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ, ରିଲିଜ୍ ହେବା ପୂର୍ବରୁ ନିର୍ଦ୍ଦେଶକ ଜୋସେଫ ମନୁ ଜେମ୍ସଙ୍କର ପରଲୋକ

27/02/2023 at 8:56 AM

ଥିରୁଭନନ୍ତପୁରମ: ମାଲାୟାଲମ ଫିଲ୍ମ ନିର୍ମାତା ଜୋସେଫ ମନୁ ଜେମ୍ସଙ୍କର ପରଲୋକ ହୋଇଛି। ମାତ୍ର ୩୧ ବର୍ଷ ବୟସରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଫେବ୍ରୁଆରୀ ୨୫ ତାରିଖ କେରଳର ଏର୍ଣ୍ଣାକୁଲମ ଅଲୁଭାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ବିୟୋଗ ହୋଇଥିବା ବେଳେ ଗତକାଲି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଡାକ୍ତରଙ୍କ ସୂଚନା ଅନୁସାରେ ନିମୋନିଆ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ହେପାଟାଇଟିସ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ଜୋସେଫ୍ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ ‘ନାନ୍ସି ରାଣୀ’ର ନିର୍ଦ୍ଧେଶନା ଦେଇଥିଲେ। ହେଲେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ତାଙ୍କର ବିୟୋଗ ମାଲାୟାଲମ ସିନେ ଇଣ୍ଡଷ୍ଟ୍ରୀରେ ଅପୂରଣୀୟ କ୍ଷତି ହୋଇଛି।

ମନୁ ଜେମ୍ସ
ମନୁ ଜେମ୍ସ ନିର୍ଦ୍ଦେଶକ ସବୁ ଜେମ୍ସଙ୍କ ଫିଲ୍ମ ଆଇଏମ୍ କ୍ୟୁରିୟସରେ ଶିଶୁ କଳାକାର ଭାବେ ପ୍ରଥମେ ଅଭିୟନରେ ଡେବ୍ୟୁ କରିଥିଲେ। ୨୦୦୪ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ସେ ହିନ୍ଦୀ, ମାଲାୟାଲମ ଓ କାନାଡ଼ା ଫିଲ୍ମରେ ଅଭିନୟ କରିଛନ୍ତି।

   Related Posts