ଆରପାରିରେ ମାଲାୟାଲମ୍ ଅଭିନେତା ରିଜାବାୱ, ୫୫ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

Published By : Prameya-News7 Bureau | September 14, 2021 IST

ମୁମ୍ବାଇ ୧୪/୦୯: ବି-ଟାଉନ୍ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ସିଦ୍ଧାର୍ଥ ଶୁକ୍ଲାଙ୍କ ପରେ ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ, ବର୍ତ୍ତମାନ ଆଉ ଜଣେ ତାରକା ଦୁନିଆକୁ ବିଦାୟ ଦେଇଛନ୍ତି। ସୋମବାର ଅପରାହ୍ନରେ ଲୋକପ୍ରିୟ ମାଲାୟାଲମ୍ ଅଭିନେତା ରିଜାବାୱଙ୍କର ଦେହାନ୍ତ ହୋଇଛି। ସେ ୫୫ ବର୍ଷ ବୟସରେ କୋଚିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସମୟରୁ ଅସୁସ୍ଥ ଥିଲେ ଏବଂ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ କାରଣରୁ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

wp:html /wp:html

ଅଭିନେତା ପୃଥ୍ୱୀରାଜ ସୁକୁମାରନ, ସୁରେଶ ଗୋପୀଙ୍କ ସମେତ ଅନେକ ସେଲିବ୍ରିଟି ରିଜାବାୱଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି। ଅଭିନେତା ପୃଥ୍ୱୀରାଜ ଲେଖିଛନ୍ତି - 'ରେଷ୍ଟ ଇନ୍ ପିସ୍!'

{"width":644,"height":644}

ରିଜାବୱ ପ୍ରାୟ ତିନି ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଥିଲେ। ସେ ନିଜ କ୍ୟାରିୟରରେ ୧୨୦ ରୁ ଅଧିକ ଫିଲ୍ମ କରିଥିଲେ। ୧୯୯୦ ରେ ଡ. ପସୁପତି ସହ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ସବୁଠାରୁ ଲୋକପ୍ରିୟ ଫିଲ୍ମ ହେଉଛି 'ହରିହର ନଗର'। ସେ ଏହି ଫିଲ୍ମରେ ଜନ୍ ହୋନାଇ ଭୂମିକାରେ ଅଭିନୟ କରିଥିଲେ। ୨୦୧୦ ମସିହାରେ ସେ କର୍ମୟୋଗୀ ଫିଲ୍ମ ପାଇଁ ଶ୍ରେଷ୍ଠ ଡବିଂ ଅଭିନେତା ପୁରସ୍କାର ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.