LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଲାୟାଲମ୍‌ ଅଭିନେତା ଇନୋସେଣ୍ଟଙ୍କ ଦେହାନ୍ତ, ୭୫ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ଵାସ

27/03/2023 at 8:01 AM

Innocent passes away

ମୁମ୍ଵାଇ ୨୭।୦୩: ପ୍ରସିଦ୍ଧ ମାଲାୟାଲମ୍ ଅଭିନେତା ତଥା ପୂର୍ବତନ ସାଂସଦ ଇନୋସେଣ୍ଟ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖାପାଖି ୭୫ ବର୍ଷ ବୟସ ହୋଇଥିଲା । ଡାକ୍ତରଖାନା ଅନୁଯାୟୀ, କୋଭିଡ ସଂକ୍ରମଣ, ଶ୍ୱାସ ରୋଗ, ଏକାଧିକ ଅଙ୍ଗ ବିଫଳତା ଏବଂ ହୃଦଘାତ ଯୋଗୁଁ ଅଭିନେତାଙ୍କର ମୃତ୍ୟୁ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ଭେଟେରାନ ହାସ୍ୟ ଅଭିନେତା କିଛି ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିପାଇଁ ତାଙ୍କର ହଠାତ୍‌ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେ ଗତ ତିନିବର୍ଷ ମଧ୍ୟରେ ତିନିଥର କୋଭିଡଙ୍କ ଦ୍ଵାରା ମଧ୍ୟ ସଂକ୍ରମିତ ହୋଇଥିଲେ।

ଯେଉଁଥି ପାଇଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ବଡ ପ୍ରଭାବ ପକାଇଥିଲା। ବହୁ ବର୍ଷ ଧରି ମାଲାୟାଲମ୍ ଚଳଚ୍ଚିତ୍ର କଳାକାର ସଂଘ (ଏମ୍ଏମ୍ଏ) ର ସଭାପତି ଭାବରେ କାର୍ଯ୍ୟ କରୁଥିଲେ। ଭେଟେରାନ୍ ଅଭିନେତା ନିର୍ମାତା ଭାବରେ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ ।ପରେ ସେ ଅଭିନୟ ଆଡକୁ ମୁହାଁଇଲେ ଏବଂ ତାଙ୍କ କମେଡି ମାଧ୍ୟମରେ ସମସ୍ତ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟ ଜିତିଥିଲେ । ଚାରି ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ସେ ପ୍ରାୟ ୭୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଲୋକପ୍ରିୟତା ଖୁବ୍‌ ଅଧିକ ଥିଲା ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ତାଙ୍କୁ ୨୦୧୪ ଲୋକସଭା ନିର୍ବାଚନରେ ​​ ପ୍ରାର୍ଥୀ ଭାବରେ ସ୍ଥାନିତ କରିଥିଲା। ସେ କଂଗ୍ରେସ ନେତା ପି.ସି. ଚାକୋଙ୍କୁ ହରାଇଥିଲେ ।

ଅଭିନୟରେ ବହୁ ନାମ ଅର୍ଜନ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପରେ, ଇନୋସେଣ୍ଟ ବହୁ ଲୋକପ୍ରିୟତା ପାଇବା ସହିତ ରାଜନ ରାଜନୈତିକ କ୍ୟାରିୟର ମଧ୍ୟ ଭଲ ଥିଲା । ତାଙ୍କର ଦେହାନ୍ତ ହୋଇଥିବା ଶୁଣି ଡାକ୍ତରଖାନାରେ ମାଲାୟାଲମ୍ ସୁପରଷ୍ଟାର ମାମୁତି, ଜୟରାମ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ପ୍ରମୁଖ କଳାକାର ସେଠାରେ ଉପସ୍ଥିତ ଥିଲେ। କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ ମଧ୍ୟ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

   Related Posts