ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କ ଦେହାନ୍ତ

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ୩୧/୭: ମାଲାୟଲମ ଅଭିନେତା ଅନିଲ ମୁରଲୀଙ୍କର ଗୁରୁବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଯକୃତଜନିତ ରୋଗରେ ସେ ପୀଡ଼ିତ ଥିଲେ । ଅନିଲ ମୁରଲୀଙ୍କ ପରଲୋକ ଖବରରେ ଦକ୍ଷିଣ ସିନେ ଅଭିନେତା ପୃଥ୍ୱୀରାଜ ସୁକୁମାରନ ଗଭୀର ଶୋକପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅୱଥରାମ, ହିରୋ, ଡବଲ୍‌ ବ୍ୟାରେଲ, ମାନିକ୍ୟକ୍କଲ୍ଲୁ, କ୍ଲାସମେଟ୍‌ସ, ବାର୍ଗମ, ଏବଂ ସିଟି ଅଫ୍‌ ଗଡ୍‌ ଭଳି ୨୦୦ରୁ ଅଧିକ ଫିଲ୍ମରେ ଅନିଲ ମୁରଲୀ ଅଭିନୟ କରିଛନ୍ତି । ସେ ମୁଖ୍ୟତଃ ଖଳନାୟକ ଚରିତ୍ରରେ ଅଭିନୟ କରିଥାନ୍ତି । କୋଚିସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଉଭୟ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

ଅନିଲ ମୁରଲୀ ୧୯୯୩ରେ ମାଲାୟଲମ ଚଳଚ୍ଚିତ୍ର ‘କନ୍ୟାକୁମାରିଲ ଓରୁ କବିତା’ରୁ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିନିତ ଏବଂ ସୁଚିତ୍ରା ଅଭିନୟ କରିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ‘ଫୋରେନସିକ୍‌’ ଥିଲା, ଯାହା ଚଳିତବର୍ଷ ମୁକ୍ତିଲାଭ କରିଥିଲା । ତାଙ୍କର ପତ୍ନୀ ସୁମା ଏବଂ ଆଦିତ୍ୟ ଓ ଅରୁନ୍ଧତୀ ନାମରେ ଦୁଇ ସନ୍ତାନ ଅଛନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.