ରହସ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କ PAଙ୍କ ମୃତ୍ୟୁ

Published By : Prameya-News7 Bureau | December 29, 2019 IST

ମାଲାକାନଗିରି ୨୯।୧୨-  କାହିଁକି ଆତ୍ମହତ୍ୟା କଲେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ? ଏପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଜଳଭଣ୍ଡାର ଭିତରୁ ଉଦ୍ଧାର ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

{"id":204020,"sizeSlug":"large"}

 ତେବେ କାହିଁକି ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇପାରିନି । ଦେବ ନାରାୟଣ ଆତ୍ମହତ୍ୟା କରିଛନ୍ତି ନା’ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତର ଆଳ ଦେଖାଇ ମୁହଁ ଖୋଲୁନି ପୋଲିସ ।

{"id":204021,"sizeSlug":"large"}

 ସେପଟେ ଅଫିସ୍ କାମକୁ ନେଇ କିଛି ଦିନ ହେଲା ଦେବନାରାୟଣ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରବାର, ଦିନ ପ୍ରାୟ ୨ଟାରେ ଘରୁ ଖାଇ ସାରି ଅଫିସ ବାହାରିଥିବା ଦେବନାରାୟଣ ଅଫିସ ଯାଇନଥିଲେ । ଜଳଭଣ୍ଡାର ଉପରେ ଘଂଟାଏ ଧରି ବସି ରହିଥିଲେ ।

 ପରିବାରରେ କିଛି ବିବାଦ ନଥିବା ବେଳେ ଦେବନାରାୟଣ, ବେଶ୍ ଶାନ୍ତ ସ୍ୱଭାବର ବୋଲି ପଡୋଶୀ କହୁଛନ୍ତି । ଏଭଳି ସ୍ଥିତିରେ ଆତ୍ମହତ୍ୟା ପଛରେ କଣ ଚାପ ରହିଥିଲା, ତାହା ଏବେବି ସନ୍ଦେହରେ ରହିଛି । ପରିବାର, ପଡୋଶୀ ଏବଂ ଅଫିସ ସହକର୍ମୀଙ୍କୁ ପଚରା ଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.