ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସଲମାନଙ୍କ ନାଁ ଶୁଣି ଭଡକିଲେ ମଲାଇକା, କହିଲେ ସେ ମତେ….

28/01/2023 at 11:33 AM

ମୁମ୍ୱାଇ ୨୮/୦୧: ଏବେ ବେଶ୍ କିଛି ଦିନରୁ ହେଡଲାଇନରେ ଅଛନ୍ତି ସଲମାନଙ୍କ ଏକ୍ସ-ଭାଉଜ । ନିଜର ବ୍ୟକ୍ତଗତ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ମଲାଇକା ଅରୋରା । ପୂର୍ବରୁ ଅରବାଜ ଖାନ ଏବଂ ମଲାଇକା ଅରୋରା ବଲିଉଡର ପାଓ୍ବାର କପଲ୍ ଭାବରେ ବେଶ୍ ପରିଚିତ ଥିଲେ । କିନ୍ତୁ ଏବେ ଏମାନେ ଅଲଗା ହୋଇଯାଇଛନ୍ତି ।

ମଲାଇକା ଅର୍ଜୁନ କପୁରଙ୍କ ସହ ରିଲେସନରେ ରହୁଥିବା ବେଳେ ଦୁହିଁଙ୍କ ବିବାହ ଚର୍ଚ୍ଚାକୁ ନେଇ ସବୁବେଳେ ଇଣ୍ଡଷ୍ଟ୍ରି ସରଗରମ । ନିକଟରେ ନିଜର ଲାଇଭ୍ ଶୋକୁ ନେଇ ବେଶ୍ ଲୋକଲୋଚନକୁ ଫେରିଥିଲେ ମଲାଇକା । ଏବେ ନିଜର ବୟାନକୁ ନେଇ ଫ୍ୟାନ୍ସଙ୍କୁ ଆଟ୍ରାକ୍ଟ କରିବାକୁ ପ୍ରୟାସ କରିଛନ୍ତି ।

ପ୍ରାୟତଃ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳିଥାଏ ଯେ ମଲାଇକାଙ୍କ କ୍ୟାରିଅର କରିବା ପଛରେ ବଡ ହାତ ରହିଛି ସଲମାନଙ୍କର । କିନ୍ତୁ ଏହି କଥାରେ ଏବେ ଭଡକି ଯାଇଛନ୍ତି ମଲାଇକା ଅରୋରା । କଥା କଣ କି ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ମଲାଇକାଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ମଲାଇକା ସଲମାନଙ୍କ ପରିବବାରର ହୋଇଥିବାରୁ ତାଙ୍କୁ ଟିଭି ଶୋରେ ଆଇଟମ ଗର୍ଲର ଟ୍ୟାଗ ମିଳିଛି । ସେ ଖାନ ପରିବାର ସହ ଥିବାରୁ ଇଣ୍ଡଷ୍ଟ୍ରିରେ ଅନେକ ସୁଯୋଗ ପାଇଛନ୍ତି ।

ବାସ୍ ଏତିକିରେ ରାଗି ଯାଇଛନ୍ତି ମଲାଇକା । ସେ ରାକ୍ଷୀଙ୍କୁ ମୁଁତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ସଲମାନଙ୍କ ଯୋଗୁଁ ତାଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଛି ତେବେ ତେବେ ସେ ସଲମାନଙ୍କ ପ୍ରତ୍ୟେକ ଫିଲ୍ମରେ ଆଇଟମ୍ ଗୀତ କରିବା ଉଚିତ୍ । ମଲାଇକା ଆହୁରି ମଧ୍ୟ କହିଛନ୍ତି, ‘ମୁଁ ନିଜେ ତିଆରି ହୋଇଛି ଏବଂ ସଲମାନ ଖାନ ମୋତେ ତିଆରି କରିନାହାଁନ୍ତି’ ।  ତେବେ କହିବାକୁ ଗଲେ ମଲାଇକା ନିଜର ଶୋ ‘ମୁଭିଙ୍ଗ୍ ଇନ୍ ଉଇଥ୍ ମଲାଇକା’ରେ ନଜର ଆସିବେ । ଏହାକୁ ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ ଫ୍ୟାନ୍ସ ।

   Related Posts