କ'ଣ ଅଲଗା ହେଲେ କି ଅରବାଜ-ଜର୍ଜିଆ: ରାଜ୍ ଖୋଲିଲେ ମଲାଇକା, କହିଲେ ଏବେ କେମିତି ଅଛି ସମ୍ପର୍କ

Published By : Prameya-News7 Bureau | December 13, 2022 IST

ମୁମ୍ୱାଇ ୧୩/୧୨: ଦୀର୍ଘ ଦିନ ଧରି ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି ପରସ୍ପରକୁ ଡେଟ କରୁଥିଲେ । ସେମାନଙ୍କ ଲଭଷ୍ଟୋରୀକୁ ନେଇ ସବୁଠି ହୁଏ ଚର୍ଚ୍ଚା । ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି ଏହି କପଲ୍ । ସମ୍ପ୍ରତ୍ତି ସେମାନଙ୍କ ବ୍ରେକଅପ୍ ଖବର ଆହୁରି ଗସିପ୍‌କୁ ଖୋରାକ୍ ଯୋଗାଉଛି । ଯଦିଓ କପଲ୍ ଏପର୍ଯ୍ୟନ୍ତ ସେମାନଙ୍କ ବ୍ରେକଅପ୍ ବିଷୟରେ ସର୍ବସାଧାରଣରେ କିଛି ସ୍ପଷ୍ଟ ନାହାଁନ୍ତି ।

ଏଭଳି ପରିସ୍ଥିତିରେ କରଣ ଜୋହର ମଲାଇକାଙ୍କୁ ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି ରିଲେସନ ବିଷୟରେ ପଚାରିଥିଲେ । ତେବେ ମଲାଇକା ବି ଏନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଆସନ୍ତୁ ଜାଣିବା ମଲାଇକାଙ୍କ କଣ ଥିଲା ରିଆକ୍ସନ । ବାସ୍ତବରେ, ମଲାଇକା ଅରୋରା ତାଙ୍କ ଜୀବନର ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟାଇବାରେ ଲାଗିଛନ୍ତି ।

କରଣ ଜୋହରଙ୍କ ଶୋରେ ଗେଷ୍ଟ ଯେତେବେଳେ ମଲାଇକା ହୋଇଥିଲେ, ସେତେବେଳେ କରଣ ମଧ୍ୟ ମଲାଇକାଙ୍କୁ ନିଜ ପର୍ସନାଲ୍ ଲାଇଫ୍ ବିଷୟରେ ଅନେକ କିଛି ପଚାରିଥିଲେ । ପଚାରିଥିଲେ ଯେ ବ୍ରେକଅପ୍ ପରେ ସେ ଅରବାଜଙ୍କ ସହ ସମ୍ପର୍କ କେମିତି ? କରଣଙ୍କ ଏହି ପ୍ରଶ୍ନ ଉପରେ ମଲାଇକା କହିଛନ୍ତି- ମୁଁ ଭାବୁଛି ଆମ ଭିତରେ ବହୁତ ଭଲ ଇକୁଏସନ ରହିଛି । ଆମେ ଦୁହେଁ ପୂର୍ବ ଅପେକ୍ଷା ପରସ୍ପର ସହିତ ଭଲରେ ଅଛୁ । ମଲାଇକାଙ୍କ ଉତ୍ତର ଶୁଣିବା ପରେ କରଣ ମଧ୍ୟ ତାଙ୍କଠାରୁ ଅରବାଜ ଏବଂ ଜର୍ଜିଆର ବ୍ରେକଅପ୍ ଖବରର ସତ୍ୟତା ବିଷୟରେ ଜାଣିବାକୁ ଚାହୁଁଥିଲେ ।

କରଣ ମଲାଇକାଙ୍କୁ ପଚାରିଥିଲେ ଯେ, ସତରେ କଣ ଅରବାଜଙ୍କର ବ୍ରେକ ଅପ୍ ହୋଇଛି । ଏ ବିଷୟରେ ଆପଣ ତାଙ୍କ ସହ କିଛି କଥା ହୋଇଛନ୍ତି କି? ଏହା ଉପରେ ମଲାଇକା କହିଥିଲେ ଯେ ଅରବାଜ ଏବଂ ଜର୍ଜିଆର ବ୍ରେକଅପ୍ ବିଷୟରେ ସେ ନିଶ୍ଚିତ ନୁହଁନ୍ତି । ମଲାଇକା ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସବୁ ବିଷୟରେ ଅରବାଜ କିମ୍ବା ତାଙ୍କ ପୁଅ ଅରହାନଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ । ସେ ଆହୁରି କହିଥିଲେ ଯେ, ଏସବୁରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରେ । ସେ ତାଙ୍କ ରିଲେସନ ବିଷୟରେ ଏ ଯାଏଁ କିଛି ଜାଣିନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.