‘ଆଇ ଡୋଣ୍ଟ କେୟାର ଆଣ୍ଡ ଆଇ ଡୋଣ୍ଟ ବଦର’ ଟ୍ରୋଲର୍ସଙ୍କୁ ମଲାଇକାଙ୍କ ମୁହଁତୋଡ଼ ଜବାବ

Published By : Prameya-News7 Bureau | December 21, 2019 IST

ମୁମ୍ବାଇ ୨୧/୧୨: ବଲିଉଡ ଷ୍ଟାର ସୋଶିଆଲ ମିଡିଆରେ ପ୍ରାୟତଃ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ଅନେକ ୟୁଜର୍ସ ତାଙ୍କ ଫ୍ୟାନଙ୍କୁ ପସନ୍ଦ କରନ୍ତି ତ ଆଉ କେତେକ ଟ୍ରୋଲ୍ କରିଥାଆନ୍ତି। କେତେକ ସେଲିବ୍ରିଟି ଏଗୁଡ଼ିକୁ ନଜରଅନ୍ଦାଜ କରୁଥିବାବେଳେ ଆଉ କେତେକ ସେଲିବ୍ରିଟି ଏହାର ମୁହଁତୋଡ଼ ଜବାବ ଦେଇଥାଆନ୍ତି। ନିକଟରେ ବଲିଉଡର ଫିଟନେସ୍ କୁଇନ୍ ଏହି ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ମଲାଇକା ଟ୍ରୋଲର୍ସଙ୍କୁ କହିଛନ୍ତି ଯେ ତାଙ୍କୁ କୌଣସି ଫରକ ପଡ଼େନାହିଁ।

{"id":200507,"sizeSlug":"large"}

ନିକଟରେ ମଲାଇକା ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ମଲାଇକା ସୋଶିଆଲ ମିଡିଆରେ ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ମଲାଇକା କହିଛନ୍ତି,‘ତାଙ୍କୁ ଏଥିରେ କୌଣସି ଫରକ ପଡ଼େ ନାହିଁ। ଟ୍ରୋଲିଙ୍ଗ୍ ପାଇଁ ବହୁତ ଖରାପ ଲାଗିଥାଏ। ତାଙ୍କୁ ଲାଗେ ଯେ ସୋଶିଆଲ ମିଡିଆ ଅତ୍ୟନ୍ତ ଖରାପ ସ୍ଥାନ ହୋଇଯାଇଛି ଏବଂ ଏହା ଅତ୍ୟନ୍ତ ନୈରାଶ୍ୟଜନକ।’

{"id":200506,"sizeSlug":"large"}

ଆଗକୁ ମଲାଇକା କହିଛନ୍ତି,‘ କେହି ବି ଦିନ ଶେଷରେ ନକରାତ୍ମକ ଜିନିଷ ଦେଖିବାକୁ ଚାହଁନ୍ତି ନାହିଁ। ସେ କୁହନ୍ତି ଯେ ସମସ୍ତଙ୍କୁ ସକରାତ୍ମକତା ଏବଂ ଖୁସି ବାଣ୍ଟିବା ଉଚିତ୍। ଲୋକଙ୍କ କାମ ହେଉଛି କହିବା। ଲୋକେ ତ କହିବେ,ସେ ଯାଇ କାହା ହାତ ଧରି ପାରିବେ ନାହିଁ। ଲୋକେ ସବୁବେଳେ କହୁଥିବେ।

{"id":200508,"sizeSlug":"large"}

ମଲାଇକା ମଧ୍ୟ ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ମଲାଇକା ପ୍ରାୟ ସବୁବେଳେ ଫଟୋ ପୋଷ୍ଟ କରିଥାଆନ୍ତି। ବେଳେବେଳେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରି ଦେଇଥାଆନ୍ତି। ସେହିଭଳି ଟ୍ରୋଲର୍ସଙ୍କୁ ଏହି ସାକ୍ଷାତକାରରେ ମଲାଇକା ଉଚିତ୍ ଜବାବ ଦେଇଛନ୍ତି।

{"id":200509,"sizeSlug":"large"}

ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ମଲାଇକା ନିଜର ରିଲେସନଶିପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମଲାଇକାଙ୍କ ସ୍ବାମୀ ଅରବାଜ ଖାନ୍ ଜର୍ଜିଆଙ୍କ ସହ ରିଲେସନଶିପରେ ଥିବାବେଳେ ମଲାଇକା ଅଭିନେତା ଅର୍ଜ୍ଜୁନ କପୁରଙ୍କ ସହ ପ୍ରାୟତଃ ସ୍ପଟ୍ ହୋଇଥାଆନ୍ତି। ଏବେ ମଲାଇକା ଏବଂ ଅର୍ଜ୍ଜୁନ କପୁରଙ୍କ ବିବାହ ଖବର ଜୋର ଚର୍ଚ୍ଚା ଧରିଛି। କିନ୍ତୁ ଦୁହେଁ ଏବିଷୟରେ କିଛି କହିନାହାନ୍ତି। ମଲାଇକା ତାଙ୍କ ପୁଅ ଅରହାନଙ୍କ ସହ ପ୍ରାୟ ରେଷ୍ଟୁରାଣ୍ଟରେ ସ୍ପଟ୍ ହୋଇଥାଆନ୍ତି।

{"id":200510,"width":578,"height":365,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.