oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୧୨ ବର୍ଷ ସାନ ଅର୍ଜୁନ କପୁରକୁ ଡେଟ୍‌ କରିବା ନେଇ ଖୁଲାସା କଲେ ମଲାଇକା, କହିଲେ-ଏହା ଏକ କଳଙ୍କ ଭଳି

23/04/2022 at 1:06 PM

ମୁମ୍ବାଇ୨୩।୦୪: ୱାର୍କ ଫ୍ରଣ୍ଟ ବ୍ୟତୀତ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନ ଧରି ଏହି ଦମ୍ପତି ପରସ୍ପରକୁ ଡେଟ୍ କରୁଥିଲେ। ଯଦି ଉଭୟଙ୍କ ବୟସର ବ୍ୟବଧାନକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ପ୍ରଶ୍ନ ଉଠିଥାଏ। କିନ୍ତୁ ଅର୍ଜୁନ ଏବଂ ମଲାଇକା ସାଧାରଣତ ଏ ବିଷୟରେ ନୀରବ ରହିଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ, ମଲାଇକା ଆରୋରା ଏହି ବିଷୟରେ ଖୋଲାଖୋଲି ଭାବେ କହିଥିଲେ ଏବଂ ସେ ଟ୍ରୋଲରଙ୍କୁ ମଧ୍ୟ ଉପଯୁକ୍ତ ଜବାବ୍‌ ଦେଇଥିଲେ।

ଏକ ସାକ୍ଷାତକାରରେ ମଲାଇକା ଆରୋରା କହିଛନ୍ତି, ଛାଡପତ୍ର କିମ୍ବା ବ୍ରେକଅପ୍ ପରେ ମଧ୍ୟ ମହିଳାମାନେ ଜୀବନଯାପନ କରିବା ଅତ୍ୟନ୍ତ ଜରୁରୀ ଅଟେ। ମହିଳାଙ୍କ ସମ୍ପର୍କ ବିଷୟରେ ଲୋକଙ୍କ ଚିନ୍ତାଧାରା ଅତ୍ୟନ୍ତ ବିରୋଧୀ ହୋଇଥାଏ। ନାରୀମାନଙ୍କୁ ନେଇ ବହୁତ କିଛି କୁହାଯାଏ ଯାହା ଉପରେ ପ୍ରଭାବ ମଧ୍ୟ ପଡିଥାଏ। ମହିଳାମାନେ ନିଜଠାରୁ ସାନ ପୁଅମାନଙ୍କୁ ଡେଟ କରିବା ଏକ କଳଙ୍କ ବୋଲି ବିବେଚନା କରାଯାଏ। ହେଲେ ସମସ୍ତଙ୍କର କିଛି ନା କିଛି ନିଜସ୍ବ ଅଧିକାର ରହିଛି ବଞ୍ଚିବାର। ତାହା ମିଳିବା ମଧ୍ୟ ଉଚିତ୍‌।

ନିକଟରେ ମଲାଇକା ଆରୋରା ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ, ଯାହା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ । ସୋସିଆଲ ମିଡିଆରେ ମଲାଇକା ଆରୋରା ଏହି ବିଷୟରେ ଲେଖିଛନ୍ତି, ‘ଗତ କିଛି ଦିନ ହେବ ଏବଂ ମୋ ଜୀବନରେ ଘଟିଥିବା ଘଟଣାକୁ ବିଶ୍ୱାସ କରାଯାଇପାରିବ ନାହିଁ । ଯେତେବେଳେ ମୁଁ ପୁନର୍ବାର ଏହି ଜିନିଷଗୁଡ଼ିକ ବିଷୟରେ ଚିନ୍ତା କରେ। ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଅନୁଭବ କରେ। ଯେପରି ଏସବୁ ପ୍ରକୃତରେ ଘଟି ନଥିଲା।

   Related Posts