ମଲାଇକାଙ୍କ ଶୋ 'ମୁଭିଂ ୱିଥ୍‌ ମଲାଇକା'ର ପ୍ରୋମୋ ରିଲିଜ୍‌, କହିଲେ-ମୁଁ ଆଉ ମୋ ଏକ୍ସ…

Published By : Prameya-News7 Bureau | December 04, 2022 IST

ମୁମ୍ଵାଇ ୦୪।୧୨: ବଲିଉଡ୍‌ର ମୁନି ତଥା ଫିଟ୍‌ ଅଭିନେତ୍ରୀ ମଲାଇକା । ନିକଟରେ ବି.ଟାଉନ୍‌ କରିଡରରେ ଖବର ବ୍ୟାପି ଯାଇଥିଲା କି ମଲାଇକା ଆରୋରା ଗର୍ଭବତୀ ଅଛନ୍ତି । କିନ୍ତୁ ପରେ ଅର୍ଜୁନ କପୁର ନିଜେ ଏହି ଖବରକୁ ଭୁଲ ଏବଂ ଗୁଜବ ବୋଲି କହିଥିଲେ। ବର୍ତ୍ତମାନ ମଲାଇକା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଏଥର ସେ ଅର୍ଜୁନ କପୁରଙ୍କ ସହ ନୁହେଁ ବରଂ ତାଙ୍କ ନୂଆ ଶୋ’ର ପ୍ରୋମୋ ରିଲିଜ ହେତୁ ଚର୍ଚ୍ଚାରେ ଅଛନ୍ତି।

wp:html
/wp:html

କିଛି ଦିନ ପୂର୍ବରୁ ମଲାଇକା ତାଙ୍କ ନୂଆ ସୋ ବିଷୟରେ କହିଥିଲେ। ବର୍ତ୍ତମାନ ଏହି ଶୋ’ର ପ୍ରୋମୋ ରିଲିଜ୍ ହୋଇଛି । ମଲାଇକା ଏହି ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ନୂଆ ପ୍ରୋମୋ ସେୟାର କରିଛନ୍ତି। ଭିଡିଓ ସେୟାର କରି ମଲାଇକା କ୍ୟାପସନରେ ଲେଖିଛନ୍ତି- 'ବର୍ତ୍ତମାନ ସମୟ ଆସିଛି ଯେ ତୁମ ସମସ୍ତଙ୍କୁ ସ୍ପେଶ୍ ଦେବା ଓ ମୋର ଯତ୍ନ କମ୍‌ କରିବା'।

ଏହି ପ୍ରୋମୋରେ ମଲାଇକାଙ୍କ ଗ୍ଲାମରସ୍ ଷ୍ଟାଇଲ୍ ଦେଖିବାକୁ ମିଳେ । ଏସବୁ ସହିତ ପ୍ରମୋରେ କରୀନା କପୁର ଖାନ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ମଲାଇକା ଫରାହଙ୍କ ସହ ସହିତ ତାଙ୍କ ଜୀବନର ନିଷ୍ପତ୍ତି ବିଷୟରେ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି।  ମଲାଇକାଙ୍କ ଏହି ନୂଆ ଶୋ’ର ନାମ ହେଉଛି ‘ମୁଭିଙ୍ଗ୍ ୱିଥ୍ ମଲାଇକା’ ଏବଂ ଏହି ଶୋ ’ଡିସେନି ପ୍ଲା୍‌ ହଟଷ୍ଟାରରେ ୫ ଡିସେମ୍ଵରରୟ ଆରମ୍ଭ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.