ମଲାଇକାଙ୍କ ପୁଣି କମ୍ବ୍ୟାକ୍, ଆଇଟମ୍ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ
27/11/2022 at 9:39 AM

ମୁମ୍ଵାଇ ୨୭।୧୧: ବଲିଉଡ ସୁପରଷ୍ଟାର ଆୟୁଷ୍ମାନ ଖୁରାନା। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନ୍ ଆକ୍ସନ୍ ହିରୋ’ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ମଲାଇକା ଆରୋରା ଦୀର୍ଘ ସମୟ ପରେ ଏକ ଆଇଟମ୍ ଗୀତ ଧମାଲ କରୁଥିବା ନଜର ଆସିବେ। ଆନ୍ ଆକ୍ସନ୍ ହିରୋରୁ ମଲାଇକା ଆରୋରାଙ୍କ ଗୀତ ‘ଆପ୍ ଜେସା କୋଇ’ ଶନିବାର ମୁକ୍ତିଲାଭ କରିଛି। ମଲାଇକା ଏହି ଗୀତଟି ବଲିଉଡର ଭେଟେରାନ୍ ଅଭିନେତ୍ରୀ ଜିନେତା ଅମାନ୍ ଙ୍କ ଆଇକନ୍ ଗୀତର ରିମେକ୍ ଅଟେ।
ମଲାଇକା ଆୟୁଷ୍ମାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନ୍ ଆକ୍ସନ୍ ହିରୋ’ର’ ଆପ୍ ଜେସ୍ କୋଇ ‘ଗୀତ ସହିତ କମ୍ ବ୍ୟାକ୍ କରୁଛନ୍ତି। ଦୀର୍ଘ ଦିନ ଧରି ଫିଲ୍ମରେ ମଲାଇକାଙ୍କ ଆଇଟମ୍ ନମ୍ବର ଅଭାବ ରହିଥିଲା । ଏହି ଗୀତ ମାଧ୍ୟମରେ ଦର୍ଶକକୁ ମତୁଆଲା କରିଚନ୍ତି।
ଦୁହେଁ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ଦେକିବାକୁ ମିଳିଛି। କେବଳ ଏତିକି ନୁହେଁ, ଗୀତରେ ମଲାଇକାଙ୍କ ଗ୍ଲାମରସ୍ ଲୁକ୍ରେ ଘାଇଲା କରିଛନ୍ତି। ପୂର୍ବରୁ ମଲାଇକା ‘ମୁନି ବଦନାମ୍’, ‘ହୋଠ୍ ରସିଲ୍’ ଏବଂ ‘ଅନାରକଲୀ ଡିସ୍କୋ ଚଲି’ ଭଳି ଅନେକ ଆଇଟମ୍ ଗୀତରେ ନିଜର ଡ୍ୟାନ୍ସର ଯାଦୁ ଦେଖାଇଛନ୍ତି। କହିବାକୁ ଗଲେ ଫିଲ୍ମଟି ଆସନ୍ତା ମାସ ଡିସେମ୍ବର-୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।