ମଲାୟିକା ଅରୋରା ୨୦ବର୍ଷର ପୁରୁଣା ଫଟୋ ସେୟାର କରି ହେଲେ ଟ୍ରୋଲର ଶିକାର

Published By : Prameya-News7 Bureau | January 19, 2019 IST

ମୁମ୍ବାଇ ୧୯/୧: ମଲାୟିକା ଅରୋରା ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି। ସୋଶିଆଲ ମିଡିଆରେ ଚାଲିଥିବା  ୧୦ବର୍ଷର ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିବା ମଲାୟିକାଙ୍କ ପାଇଁ ମହଙ୍ଗା ପଡ଼ିଛି। ବାସ୍ତବରେ ସେ ଏହି ଚ୍ୟାଲେଞ୍ଜରେ ୧୦ବର୍ଷର ପୁରୁଣା ଫଟୋ ଦେବା ପରିବର୍ତ୍ତେ ୨୦ବର୍ଷର ପୁରୁଣା ଫଟୋ ସେୟାର କରିଛନ୍ତି। ତାଙ୍କ ପ୍ରଶଂସକମାନେ ଏହି ଫଟୋ ଦେଖି ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ।

{"id":75863}

ମଲାୟିକା ତାଙ୍କ ହିଟ୍ ଗୀତ ଛୈଁୟା ଛୈଁୟା ଗୀତର ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ୨୦୧୮ମସିହାର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।

{"id":75857}

ଏହି ଫଟୋରେ ମଲାୟିକା ଲେଖିଛନ୍ତି ଯେ-‘‘ଏହି ସୁନ୍ଦର ୧୦ବର୍ଷ ରହିଲା। ଦେଖନ୍ତୁ ଆଗର ୧୦ବର୍ଷ।’’ ଏହି ଭୁଲ୍ ପାଇଁ ସେ ଅତ୍ୟନ୍ତ ସମାଲୋଚନାର ଶିକାର ହୋଇଛନ୍ତି। ଜଣେ ୟୁଜର ଲେଖିଛନ୍ତି – ‘‘ଆପଣଙ୍କୁ ଗଣନା ଆସେ ନାହିଁ କି? ୧୦ବର୍ଷ ଚ୍ୟାଲେଞ୍ଜରେ ୨୦ବର୍ଷ ପୁରୁଣା ଫଟୋ ସେୟାର କରିଛନ୍ତି।’’

{"id":75858}

ଅନ୍ୟ ଜଣେ ୟୁଜର ଲେଖିଛନ୍ତି-‘’୧୦୦%ବ୍ୟୁଟି,୨୦% ବ୍ରେନ୍’’। ଆଉ ଜଣେ ଲେଖିଛନ୍ତି-‘‘ ଗଣିତର ଶାନଦାର ବ୍ୟବହାର,ଆପଣଙ୍କୁ ସଲାମ’’।

{"id":75859}

ମଲାୟିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା କହିଲେ ସେ ଏବେ ଅର୍ଜୁନ କପୁରଙ୍କ ସହ ଡେଟ୍ କରୁଥିବାରୁ ଚର୍ଚ୍ଚାରେ ଅଛନ୍ତି। ଦୁଇ ଜଣ ଖୁବ୍ ଶୀଘ୍ର ବିବାହ କରୁଥିବା ଖବର ମଧ୍ୟ ଶୁଣାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.