ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ୍‌, ଅଭିନେତ୍ରୀ କହିଲେ ହଁ...

Published By : Prameya-News7 Bureau | November 10, 2022 IST

ମୁମ୍ଵାଇ ୧୦। ୧୧: ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି । ଖୋଲାଖୋଲି ଭାବରେ ନିଜ ସମ୍ପର୍କକୁ ପ୍ରକାଶ କରୁଥିବା ବେଳେ ପ୍ରାୟ ସ୍ଥାନରେ ଏକଠି ନଜର ଆସୁଛନ୍ତି। ବର୍ତ୍ତମାନ ଆଲୋଚନା ସବୁଆଡେ ହେଉଛି କି ଏହି ଦମ୍ପତି ଖୁବ୍‌ ଶୀଘ୍ର ବିବାହ କରିବେ ।

wp:html
/wp:html

ଆଜ୍ଞା ହଁ, ଖୁବ୍‌ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇପାରେ। ମଲାଇକା ଏବଂ ଅର୍ଜୁନ ବିବାହ କରିବେ। ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହାକୁ ସୂଚିତ କରିଛନ୍ତି। ପୋଷ୍ଟ ସେୟାର କରି କହିଛନ୍ତି ଆଇ ସେଡ୍‌ ୟେସ୍‌… ଯେଉଁଥିରେ ସେ ଲାଜଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋ ଦେଖି ପ୍ରଶଂସକମାନେ ନା ନା କଳ୍ପନା କରୁଥିବାବେଳେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ୟୁଜର୍ସ ମଲାଇକା- ଅର୍ଜୁନଙ୍କୁ ଅଭିନନ୍ଦନ ଦେଉଥିବାର ନଜର ଆସିଛନ୍ତି।

କହିବାକୁ ଗଲେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଗତ କିଛି ସମୟ ପାଇଁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ହେଲେ ଉଭୟ ବିବାହ ପ୍ରସଙ୍ଗରେ ସବୁବେଳେ ଚୁପ୍‌ ରହିଛନ୍ତି। ନିକଟରେ ଦୁଇଜଣ ଏକାଠି କାଟିବାକୁ ଯାଇଥିଲେ।  ଦୁଇ ଜଣଙ୍କର ରୋମାଣ୍ଟିକ୍ ଫଟୋ ଗୁଡ଼ିକ ପ୍ରାୟତଃ ଭାଇରାଲ୍ ହୁଏ ଏବଂ ଆଲୋଚନାର ବିଷୟ ପାଲଟିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.