vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅର୍ଜୁନ୍‌-ମଲାଇକାଙ୍କ ପଡିବ ହାତଗଣ୍ଠି ! ବିବାହ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି

18/05/2022 at 1:07 PM

ମୁମ୍ବାଇ ୧୮।୦୫: ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି । ଖୋଲାଖୋଲି ଭାବରେ ସମ୍ପର୍କକୁ ନେଇ ପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଦୁହେଁ ଖୁବ୍‌ ଫଟୋ ସେୟାର କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ମଲାଇକା ଏବଂ ଅର୍ଜୁନ ସର୍ବଦା ପରସ୍ପରକୁ ସହଯୋଗ କରନ୍ତି। ସୁବିଧା ଓ ଅସୁବିଧାରେ ପରସ୍ପର ପାଇଁ ଠିଆ ହୁଅନ୍ତି । ହେଲେ ବର୍ତ୍ତମାନ ଖବର ଆସିଛି କି ଉଭୟ ନିଜ ସମ୍ପର୍କକୁ ଆଗକୁ ବଢାଇବାକୁ ଯାଉଛନ୍ତି । ଉଭୟ ଗର୍ଲଫ୍ରେଣ୍ଡ- ବୟଫ୍ରେଣ୍ଡରୁ ସ୍ୱାମୀ ଏବଂ ସ୍ତ୍ରୀ ହେବାକୁ ଯୋଜନା କଲେଣି।

ମିଡିଆ ରିପୋର୍ଟ ଅନୁଯାୟୀ ଅର୍ଜୁନ ଏବଂ ମଲାଇକା ଚଳିତ ବର୍ଷ ଶେଷ ଆଡକୁ ବିବାହ କରିବା ନେଇ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ନଭେମ୍ବର ଏବଂ ଡିସେମ୍ବରରେ ବିବାହ କରିପାରି ପାରନ୍ତି । ପୋଷାକ ଠାରୁ ଆରମ୍ଭ କରି ଅନ୍ୟ ସବୁ ପାଇଁ ପ୍ଲାନିଂ ମଧ୍ୟ କଲେଣି । କୁହାଯାଉଛି କି ଅର୍ଜୁନ୍‌ ଡିଜାଇନର କୁର୍ତ୍ତା ପିନ୍ଧୁଥିବା ବେଳେ ମଲାଇକା ସାଧା ସିଧା ଶାଢୀରେ ନଜର ଆସିବେ ।

କାହିଁକି ନା ଦୁହେଁ ଧୁମା ଧାମ୍‌ ହିଁ ନୁହେଁ ଇଣ୍ଟିମେଣ୍ଟ ବିବାହ କରିବାକୁ ଚାହାନ୍ତି । ପରେ ସେ ଗ୍ରାଣ୍ଡ ପାର୍ଟି ଦେଇପାରନ୍ତି । ବିବାହ ମୁମ୍ବାଇରେ ହୋଇପାରେ, ଏହା ବ୍ୟତୀତ ଏଥିରେ କେବଳ କପୁର ପରିବାର, ଅର୍ଜୁନ୍‌-ମଲାଇକାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ୍‌ ହେବେ।

   Related Posts