ବାଥରୁମ୍‌ରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା; ପ୍ରଶ୍ନ ଉଠିବାରୁ ଅଭିନେତ୍ରୀ କହିଲେ, ବେଶ୍ୟାବୃତି କରି କମାଇଛି, ବର୍ବାଦ ହେଲା ୪୦ ବର୍ଷର କ୍ୟାରିୟର୍

Published By : Prameya-News7 Bureau | January 22, 2023 IST

ମୁମ୍ବାଇ: ରୂପର ରାଣୀ କ୍ୟୁଟ୍ ଚାହାଣୀ। ୪୦ ବର୍ଷ ବଲିଉଡ୍‌ରେ ରାଜ୍‌। ୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ  ବି-ଟାଉନ୍‌ରେ ରାଜ୍ କରିଥିଲେ ନାୟିକା। କ୍ୟାଟ୍‌ ଆଇସ୍‌ର କ୍ୟୁଟ୍ ଚାହାଣିରେ ଘାଇଲା ହେଉଥିଲେ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହିରୋ। ଦିୱାନା ଫ୍ୟାନ୍, କ୍ୟୁଟ୍ କୁଇନ୍‌ଙ୍କ ଜଲୱାରେ ହେଉଥିଲେ ବିମୋହିତ। ଏକ ସମୟରେ ଇଣ୍ଡିଷ୍ଟ୍ରୀର ହାଇ-ପେଡ୍‌ ହିରୋଇନ୍‌ କୁହାଯାଉଥିବା ଅଭିନେତ୍ରୀ ମାଲା ସିହ୍ନା କିନ୍ତୁ ହଠାତ୍ ହଜିଗଲେ ସୁନେଲି ପରଦାରୁ।

{"width":836,"height":565}
किस्सा:इस एक्ट्रेस के बाथरूम से बरामद हुए थे लाखों रुपये, कोर्ट में कबूली  थी वेश्यावृत्ति की बात - Bollywood Actress In Prostitution: When Mala Sinha  Confessed Prostitution ...

ଘରେ ପଡ଼ିଲା ଇନ୍‌କମ୍‌ ଟ୍ୟାକ୍ସର ରେଡ୍‌। ସମ୍ପତ୍ତି ବଞ୍ଚାଇବାକୁ ଯାଇ ନାୟିକା କୋର୍ଟ ଓ ମିଡିଆ ସାମ୍ନାରେ ଏମିତି ବୟାନ ଦେଲେ ଯେ ଯାହାକୁ ଶୁଣି ସମସ୍ତେ ହତବାକ ହୋଇଯାଇଥିଲେ। ପରେ ଏହି ବୟାନ ତାଙ୍କ କ୍ୟାରିୟରକୁ ପୂରା ନଷ୍ଟ କରି ଦେଇଦେଲା। ଯେଉଁ ଫ୍ୟାନ୍‌ ତାଙ୍କ ପାଇଁ ଦିୱାନା ଥିଲେ ସେହି ଫ୍ୟାନ୍‌ ତାଙ୍କ ନାଁ ଶୁଣିଲେ ମୁହଁ ଫେରାଇ ନେଲେ। ଲାଇମ୍‌ ଲାଇଟରୁ ଦୂରେଇ ଗଲେ ଅଭିନେତ୍ରୀ।

The eternal romantic: Mala Sinha on her association with Dev Anand - The  Hindu

‘ଆପ୍‌କି ନଜରୋଁ ନେ ସମ୍‌ଝା ପ୍ୟାର୍‌ କି କାବିଲ୍ ମୁଝେ’ ଗୀତରୁ ସମସ୍ତଙ୍କ ହୃଦୟରେ ଘର କରିଥିଲେ ୬୦ ଦଶକର ଲୋକପ୍ରିୟ ନାୟିକା ମାଲା ସିହ୍ନା। ସମସ୍ତଙ୍କ ନଜରେ ଲାଖି ରହିଥିବା ରୂପର ରାଣୀ ମାଲାଙ୍କ କାହାଣୀ ଥିଲା ଏମିତି…

{"width":840,"height":567}
किस्सा:इस एक्ट्रेस के बाथरूम से बरामद हुए थे लाखों रुपये, कोर्ट में कबूली  थी वेश्यावृत्ति की बात - Bollywood Actress In Prostitution: When Mala Sinha  Confessed Prostitution ...

୪୦ ବର୍ଷ ପର୍ଯ୍ୟନ୍ତ ବଲିଉଡ୍‌ରେ ରାଜ୍ କରିଥିଲେ ମାଲା ସିହ୍ନା। ୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ  ସେଥିଲେ ସବୁଠାରୁ ଲୋକପ୍ରିୟ ଓ ହାଇପେଡ୍‌ ହିରୋଇନ୍‌। ଏହି ସମୟରେ ସେ ଗୋଟିଏ ପରେ ଗୋଟିଏ ସୁପର ଡୁପର ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ତାଙ୍କ ଆକ୍ଟିଂ ଦେଖି ଦର୍ଶକ ଖୁସୀ ହୋଇଯାଉଥିବା ବେଳେ ସୁନ୍ଦରତାରେ ହୃଦୟ ହାରିଯିବାକୁ ଇଚ୍ଛା ହେଉଥିଲା। ହେଲେ ଏହି କ୍ୟୁଟ୍‌ କୁଇନ୍‌ଙ୍କର ବାସ୍ତବ ଜୀବନର କାହାଣୀ ଥିଲା କିଛି ଅଲଗା। ସେ ସମୟରେ ଲୋକେ ତାଙ୍କୁ ସବୁଠାରୁ କଞ୍ଜୁସ ହିରୋଇନ୍‌ ବୋଲି ବି କହୁଥିଲେ।

Aap Ki Nazro Ne Samjha | Bollywood Classic Romantic Song - YouTube

ତାଙ୍କ କଞ୍ଜୁସୀର ସୀମା ଏତେ ଥିଲା ଯେ ହଠାତ୍ ଦିନେ ତାଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ ହେଲା। ଏହି ଘଟଣା ୧୯୭୮ ମସିହାର। ସେତେବେଳେ ମାଲା ତାଙ୍କ କ୍ୟାରିୟର ଶିଖରରେ ଥିଲେ। ହେଲେ ଆୟକର ବିଭାଗର ଚଢ଼ାଉ ତାଙ୍କ ସବୁ ସୁଖ ସମୃଦ୍ଧିକୁ ଛଡ଼ାଇ ନେଲା। ମାଲାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟକର ବିଭାଗ ଛଡ଼ାଉ କରି ବାଥରୁମରୁ ୧୨ ଲକ୍ଷ ଟଙ୍କା  ଜବତ କଲା। ସେହି ସମୟରେ ୧୨ ଲକ୍ଷ ଟଙ୍କା ଖୁବ୍ ବଡ଼ ଧନରାଶି ଥିଲା।

Income Tax raid: Rs 106 crore in cash and 127 kg of gold seized in  Chennai-India News , Firstpost

ଆୟକର ବିଭାଗର ଘନ ଘନ ଚଢ଼ାଉ। ଅଫିସରଙ୍କ ପ୍ରଶ୍ନ ପରେ ପ୍ରଶ୍ନ ଓ ମିଡିଆ କ୍ୟାମେରାର ମୁକୁଳା ଲେନ୍ସ ଅଭିନେତ୍ରୀଙ୍କୁ ଅଣନିଶ୍ୱାସୀ କରିପକାଇଥିଲା। ଏପଟେ ସମ୍ପତ୍ତି ବଞ୍ଚାଇବାର ଚିନ୍ତା ବି ଘାରିଥିଲା। ମାମଲା ଏତେ ବଡ଼ ଥିଲା ଯେ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ ସମ୍ପତ୍ତିକୁ ବଞ୍ଚାଇବାକୁ ଯାଇ ନିଜ ବାପା ଆଲବର୍ଟ ସିହ୍ନା ଓ ଓକିଲଙ୍କ କଥାରେ ପଡ଼ି ନିଜକୁ ଏକ ବେଶ୍ୟାର ପରିଚୟ ଦେଇଥିଲେ ଲୋକପ୍ରୟ ନାୟିକା ମାଲା ସିହ୍ନା। ବେଶ୍ୟାବୃତ୍ତି କରି ସେ ଏତେ ଟଙ୍କା କମାଇଛନ୍ତି ବୋଲି ମିଡିଆ ଓ କୋର୍ଟରେ ସାମ୍ନାରେ ସ୍ୱୀକାର କଲେ ଅଭିନେତ୍ରୀ।  

{"width":837,"height":565}
Mala Sinha:चार दशक तक बॉलीवुड पर राज करने वाली माला सिन्हा 'नाक' के कारण  हुई थीं रिजेक्ट, फिर यूं पलटी किस्मत - Mala Sinha Birthday Special Know  About Her Life Unknown Facts

ମାଲାଙ୍କର ଏପରି ବୟାନ ଆସିବା ପରେ ସମସ୍ତେ ହତବାକ ହୋଇଯାଇଥିଲେ। ଫ୍ୟାନ୍‌ଙ୍କ ହୃଦୟରେ ଘର କରି ରହିଥିବା ମାଲାଙ୍କୁ ଅନେକ ଟାହିଟାପରା ଓ ତାତ୍ସଲ୍ୟ ଶୁଣିବାକୁ ପଡ଼ିଥିଲା। ନିନ୍ଦା ଅପବାଦରେ ଭାଙ୍ଗିପଡ଼ିଥିବା ହିରୋଇନ୍ ଧୀର ଧୀରେ ଟିଭି ପରଦାରୁ ନିଖୋଜ୍ ହୋଇଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.