' ବିଶ୍ଵ ହୃଦୟ ଦିବସ ' ଅବସରରେ ମ୍ୟାକନିଲ୍ ହସ୍ପିଟାଲର ହାର୍ଟ-ଏ-ଥନ୍

Published By : Prameya-News7 Bureau | September 30, 2024 IST

ଭୁବନେଶ୍ୱର: ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖରେ ପାଳନ ହୁଏ ' ବିଶ୍ଵ ହୃଦୟ ଦିବସ '। ସାଧାରଣତଃ ଲୋକଙ୍କୁ ହୃଦରୋଗ ସମ୍ବନ୍ଧୀୟ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଆଉ ଚଳିତ ବର୍ଷ ବିଶ୍ଵ ହୃଦୟ ଦିବସରେ ଥିମ୍ ରହିଛି ୟୁଜ ହାର୍ଟ ଫର ଆକ୍ସନ। 

ତେବେ ଏହି ' ବିଶ୍ଵ ହୃଦୟ ଦିବସ ' ଅବସରରେ ଭୁବନେଶ୍ୱରଠାରେ ନୂତନ କରି ଖୋଲିଥିବା ମ୍ୟାକନିଲ୍ ହସ୍ପିଟାଲରେ ଲୋକଙ୍କ ସଚେତନତା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ଶତାଧିକ ଧାବକ ଅଂଶଗ୍ରହଣ କରିଥିବା ବେଳେ ହସ୍ପିଟାଲର ଡ଼କ୍ଟର,ନର୍ସ ଓ ଅନ୍ୟାନ କର୍ମଚାରୀ ଯୋଗଦାନ କରିଥିଲେ । ମ୍ୟାକନିଲ୍ ହସ୍ପିଟାଲ ତରଫରୁ ମାରାଥନର ନା ହାର୍ଟ-ଏ-ଥନ୍ ରଖାଯାଇଥିଲା। ମାରାଥନଟି ପାଞ୍ଚ କିଲୋମିଟର ରହିଥିବା ବେଳେ ଏହା ମ୍ୟାକନିଲ୍ ହସ୍ପିଟାଲରୁ ଆରମ୍ଭ ହୋଇ କେଶୁରା ଦେଇ ପୁଣି ମ୍ୟାକନିଲ୍ ହସ୍ପିଟାଲରେ ପହଞ୍ଚିଥିଲା। 

ମୁଖ୍ୟ ଅତିଥି ଭାବେ ରୋଟାରୀଆନ୍ ଜିଜ୍ଞାସିଶ୍ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଡକ୍ଟର ହିମାଂଶୁ ଶତପଥୀ ଯୋଗ ଦେଇଥିବା ବେଳେ, ଅଭିନେତା ହରିହର ମହାପାତ୍ର, ବୁଲୁ ପଣ୍ଡା, ରିଶି ପଟ୍ଟନାୟକ, ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରମୁଖ ଯୋଗ ଦେଇ ଏହି ମାରାଥନକୁ ଫ୍ଲାଗ୍ ଅଫ୍ କରିଥିଲେ,  ତେବେ ମାରାଥନର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡାକ୍ତର ରଘୁନାଥ ବେଉରା ଡକ୍ଟର, ପୂର୍ଣ୍ଣଚନ୍ଦ୍ର ଓଝା ,ଡକ୍ଟର ନିହାର ରଞ୍ଜନ ପରିଡ଼ା ,ଡକ୍ଟର ଆଶୁତୋଷ ଦାସ, ଡକ୍ଟର ସୁମ ସୌରଭ ମିଶ୍ର, ଡକ୍ଟର କାହ୍ନୁ ପଣ୍ଡା ,ଡକ୍ଟର ଅମିରୁଲ ଇସଲାମ, ଡକ୍ଟର ଲିପ୍ସା ବିଶୋଇ,  ଚିତ୍ତ ରଞ୍ଜନ ବେଉରା, ଜିତେନ୍ କୁମାର ସାହୁ, ସଞ୍ଜୀବ କୁମାର ରାଉତ, ସେହେବାଜ୍ ଅଲ୍ଲୀ ଖାନ୍ନ ସାମିଲ ହୋଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.