ଗେଟ ଅପ ନେଇ ସଚେତନ

Published By : Prameya-News7 Bureau | August 11, 2018 IST

ବର୍ତ୍ତମାନ ସମୟରେ ନିଜ ଗେଟ୍ ଅପ୍ କୁ ନେଇ ସମସ୍ତେ ବେଶ୍ ସଚେତନ । ନିଜ ଲୁକ୍ କୁ ଆଟ୍ରାକ୍ଟିଭ କରିବାକୁ ଯୁବପୀଢ଼ି ଠୁ ବୟସ୍କ ସମସ୍ତେ ପାର୍ଲର ମୁହାଁ । ବିଉଟି ପ୍ରଫେସନାଲ ଭାବେ କାମ କରି ଆଜିର ମହିଳା ବେଶ୍ ସ୍ବାବଲମ୍ବୀ ହୋଇପାରୁଥିବା ଦେଖିବାକୁ ମିଳିଛି ।ଏମିତି ଜଣେ ବିଉଟି ପ୍ରଫ୍ରେସନାଲ ହେଲେ ପ୍ରିୟଦର୍ଶିନୀ ମହାନ୍ତି ।ହେୟାର ଷ୍ଟାଇଲ୍ ଫେସ୍ କୁ ସୁଟ୍ କରୁଥିବା ଦରକାର । ମୁହଁର ମେକ ଅପ୍ ବି ଅଫିସିଆଲ ମିଟିଂ ପାଇଁ ଅଲଗା ଆଉ ପାର୍ଟି, ଫଙ୍କସନ ପାଇଁ ଅଲଗା ।କାରଣ ଆମ ଲୁକ୍ କହିଦିଏ ଆମ ପର୍ସନାଲିଟି ସଂପର୍କରେ । ତେଣୁ ଆଜିକାଲିର ଯୁବପୀଢ଼ି ଫାସନେବୁଲ୍ ଲାଗିବାକୁ ଯଥାସମ୍ଭବ ଟ୍ରାଏ କରନ୍ତି । ଏଥିପାଇଁ ପାର୍ଲର ମୁହାଁ ସମସ୍ତେ । ଆଉ ଏହାକୁ ପ୍ରଫେସନ ଭାବେ ନେଇ ପ୍ରିୟଦର୍ଶିନୀ ମହାନ୍ତି ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ଯେଉଁମାନେ ବିଉଟି ପ୍ରଫ୍ରେସନାଲ ହେବାକୁ ଚାହାଁନ୍ତି ସେମାନଙ୍କୁ ମଧ୍ୟ ପ୍ରିୟଦର୍ଶିନୀ ଟ୍ରେନିଂ ଦିଅନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.