ସୂର୍ଯ୍ୟପରାଗ ପୂର୍ବରୁ କରିନିଅନ୍ତୁ ପ୍ରସ୍ତୁତି, ଏହି ରାଶି ଜାତକଙ୍କ ଚମକିବ ଭାଗ୍ୟ

Published By : Prameya-News7 Bureau | November 29, 2019 IST

ବିଶ୍ୱ ବ୍ରହ୍ମାଣ୍ଡ ଲାଗି ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରା ବିଶ୍ୱରେ ବର୍ଷକୁ ୫ରୁ ୭ଟି ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ହୋଇଥାଏ। ଆସନ୍ତା ଡିସେମ୍ବର ୨୬ ତାରିଖ ଦିନ ମହାକାଶରେ ସୂର୍ଯ୍ୟପରାଗ ସଂଘଠିତ ହେବ। ପୂର୍ବାହ୍ନ ୮ଟା ୨୦ମିନିଟରୁ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନେ ହେବାକୁ ଥିବା ବେଳେ ୧୦ଟା ବାଜି ୫୪ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ। ଏହି ପରାଗ ପ୍ରାୟ ୩ଘଣ୍ଟା ୩୦ ମିନିଟ୍ ଧରି ଲାଗି ରହିବ। ପୈଷ କୃଷ୍ଣପକ୍ଷ ଅମାବାସ୍ୟା ଗୁରୁବାର ହେଉଥିବା ଏହି ପରାଗ ମୂଳାନକ୍ଷତ୍ର ଧନୁରାଶିରେ ଲାଗିବ। ଏଣୁ ଧନୁରାଶି ଓ ଲଗ୍ନ ଜାତକ ଲୋକେ ଏହି ଦିନ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

{"id":191688,"sizeSlug":"large"}

ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରନ୍ତି ସେତେବେଳେ ପୃଥିବୀରେ ପରାଗ ଦୃଶ୍ୟମାନ ହୁଏ। ସୂର୍ଯ୍ୟଗ୍ରହଣ ଅମାବାସ୍ୟା ତିଥିରେ ହିଁ ସଂଘଠିତ ହୋଇଥାଏ। ହେଲେ କେବେକେବେ ପୂର୍ଣ୍ଣିମା ଅନ୍ତିମ ପର୍ଯ୍ୟାୟ ଅଥବା ପ୍ରତିପଦା ପ୍ରଥମ ଚରଣରେ ବି ପରାଗ ହେବାର ନଜିର ରହିଛି। ତେବେ ଡିସେମ୍ବର ୨୬ ତାରିଖରେ ଦକ୍ଷିଣ ଭାରତର କେତେକ ସ୍ଥାନରେ କଙ୍କଣାକୃତି ଓ ଉତ୍ତରଭାରତରେ 'ଖ' ଗ୍ରାସ ପରାଗ ଲାଗିବ ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ କହିଛନ୍ତି।

{"id":191687,"sizeSlug":"large"}

ତେବେ ଆସନ୍ତୁ ଜାଣିବା ପରାଗ ଯୋଗୁ ବିଭିନ୍ନ ରାଶି ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ
ମେଷ : ଭାଗ୍ୟୋଦୟରେ ବାଧା ସୃଷ୍ଟି ହେବାର ସମ୍ଭାନା।
ବୃଷ : ଆଘାତ ଆଦି ନେଇ ସାବଧାନ ରହିବା ଦରକାର।
ମିଥୁନ : ବାଣିଜ୍ୟ ବ୍ୟବସାୟରେ କ୍ଷତି ଓ ପତି-ପତ୍ନୀଙ୍କୁ ବାଧା ଆଶଙ୍କା।
କର୍କଟ : ଶତ୍ରୁ ଉପରେ ବିଜୟ ପ୍ରାପ୍ତି।
ସିଂହ :  ମାନସିକ ରୋଗ ଓ ସନ୍ତାନପକ୍ଷରୁ ସମସ୍ୟା ଉପୁଜିବାର ଆଶଙ୍କା।
କନ୍ୟା : ଭୂମି ଓ ମାତୃପକ୍ଷରୁ କଷ୍ଟର ସଙ୍କେତ ମିଳୁଛି।
ତୁଳା :  ପରାକ୍ରମ ବୃଦ୍ଧି ଓ ମାନସମ୍ମାନ ମିଳିବର ସଂକେତ।
ବିଛା : ଧନହାନୀର ଆଶଙ୍କା।
ଧନୁ : ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ।
ମକର : ଖର୍ଚ୍ଚର ସମ୍ଭାବନା ଅଧିକ।
କୁମ୍ଭ : ଧନାର୍ଜ୍ଜନରେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା।
ମିନ : ରାଜପକ୍ଷରୁ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.