ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯାଉ ବୋଲି ପୁଣିଥରେ ଦାବି କଲା ଋଷ

Published By : Prameya-News7 Bureau | September 25, 2022 IST

ନୂଆଦିଲ୍ଲୀ: ପୁଣିଥରେ ଭାରତର ସମର୍ଥନରେ ଆସିଲା ଋଷ। ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରିବା ସପକ୍ଷରେ ଋଷ ମତ ଦେଉଛି। ଏନେଇ ଋଷ ବିଦେଶମନ୍ତ୍ରୀ ସର୍ଗେଇ ରାବରୋଭ କହିଛନ୍ତି " ଆମେ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାର ଦେଶଗୁଡ଼ିକ ପ୍ରତିନିଧିତ୍ୱ ମାଧ୍ୟମରେ ଜାତିସଂଘକୁ ଅଧିକ ଗଣତାନ୍ତ୍ରିକ କରିବାର ସମ୍ଭାବନା ଦେଖୁଛୁ। ବିଶେଷ କରି ଭାରତ ଓ ବ୍ରାଜିଲ୍‌କୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ମିଳିବା ନିହାତି ଦରକାର।"

ଋଷ ପୂର୍ବରୁ ଆମେରିକା ମଧ୍ୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବନାଇବା ପାଇଁ ଭାରତକୁ ସମର୍ଥନ ଦେଇଥିଲା। ବାଇଡେନ୍ ଭାରତ ସହିତ ଜାପାନ ଓ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଦେବା କଥା କହିଥିଲେ। ଜାତିସଂଘର ସାଧାରଣ ସଭାରେ ଯୋଗ ଦେଇ ସୁରକ୍ଷା ପରିଷଦରେ ସୁଧାର ଆଣିବା ଦିଗକୁ ଗୁରୁତ୍ୱ ଦେଇ ଏପରି କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍।

ସେହିପରି ଭିଟୋ ପାୱାରକୁ ନେଇ ବାଇଡେନ୍ କହିଥିଲେ ଯେ ଏହା କବେଳ ବିଶେଷ ପରିସ୍ଥିତି ଓ ବିଷମ ପରିସ୍ଥିତିରେ ବ୍ୟବହାର ହେବା ଦରକାର। ଫଳରେ ସୁରକ୍ଷା ପରିଷଦର ବିଶ୍ୱାସନୀୟତା ଓ ପ୍ରଭାବ କାଏମ ରହିପାରିବ। ଆମେ ପ୍ରଥମରୁ କହି ଆସୁଛି ଆଉ ଆଜିବି କହୁଛୁ ୟେ ଭାରତ, ଜାପାନ ଓ ଜର୍ମାନୀ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବ ଦରକାର।

ଏପଟେ ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗ ଦେଇ ଏନ୍‌ଏସ୍‌ସିରେ ସୁଧାରଣ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଭାରତକୁ ଏଥିପାଇଁ ଅଧିକ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛି। ଏଭଳି ଏକ ମହତ୍ୱପୂର୍ଣ୍ଣ ବିଷୟରେ ଗମ୍ଭୀର ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଏଥିରେ କୌଣସି ଦେଶର ପ୍ରତିବନ୍ଧକ ହେବା କଥା ନୁହେଁ ବୋଲି ଜୟଶଙ୍କର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.