ନଭେମ୍ବର ୩୦ରୁ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍‌, ନିବେଶ ହେବ ୨୧ ହଜାର କୋଟି, ୧୯ ହଜାରରୁ ଅଧିକ ନିଯୁକ୍ତି

Published By : Prameya-News7 Bureau | June 29, 2022 IST

ଭୁବନେଶ୍ୱର, ୨୯/୦୬: ନଭେମ୍ବର ୩୦ରୁ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ । ଓଡ଼ିଶାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯିବ । ଏନେଇ ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ୨୧ ହଜାର କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି । ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି । ନଭେମ୍ବରରେ ମେକଇନ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜିତ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ଆୟୋଜନ ହେବ କାର୍ଯ୍ୟକ୍ରମ । ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.