ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ୍‌, ଖୁବଶୀଘ୍ର ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡିଶା

Published By : Prameya-News7 Bureau | December 01, 2022 IST

ଭୁବନେଶ୍ୱର ୦୧।୧୨ : ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨। କନକ୍ଲେଭ୍‌ରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଖୁବଶୀଘ୍ର ଓଡିଶା ପହଞ୍ଚିବ ଟ୍ରିଲିୟନ ଡଲାର ଅର୍ଥନୀତିରେ । ସବୁଠାରୁ ଭଲ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶୃତି । ଆପଣମାନେ ଆସନ୍ତୁ । ଏହି ଦୁଇ ଦଶନ୍ଧିରେ ରାଜ୍ୟର ଚାଷୀ ଭାର ଆୟକୁ ଦ୍ୱିଗୁଣିତ କରିଛୁ । ୫୦ ପ୍ରତିଶତ ଗରିବୀ କମିଛି ।

ସେହିପରି ଅନ୍ୟପଟେ ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଏବଂ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନି । ସେଥିରୁ ୩୦ ହଜାର କୋଟିର ନିବେଶ ହୋଇସାରିଥିବା କହିଛି କମ୍ପାନୀ ।

ସୂଚନାଯୋଗ୍ୟ ଯେ, ବୁଧବାରଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡିଶା କଲକ୍ଲେଭ୍‌ । ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଶହେରୁ ଅଧିକ ଶିଳ୍ପପତି ସାମିଲ ହେବେ । ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ମେକ୍ ଇନ୍ ଓଡ଼ିଶାରେ ଯୋଗଦେବା ଲାଗି ୧୧ ହଜାର ୬୦୦ ପଞ୍ଜିକରଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.