ରିଲ୍ସ କଲେ ଟଙ୍କା ଦେବେ ସରକାର, ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା ?
19/08/2023 at 3:18 PM

ବିହାର ୧୯।୦୮: ଏବେ ରିଲ୍ସ ଯୁଗ । ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା । ସୋଶିଆଲ୍ ମିଡିଆରେ ପପୁଲାର ହେବା ପାଇଁ ଅଜବ ଗଜବ କାରନାମା କରୁଛନ୍ତି ଯୁବପିଢୀ । କିନ୍ତୁ ଯଦି ଆମେ କହିବୁ ରିଲ୍ସ କଲେ ଟଙ୍କା ସହ ଆପଣଙ୍କୁ ସମ୍ମାନିତ କରାଯିବ । ତେବେ ଆପଣ କଣ କରିବେ । ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ନା । ବାସ୍ତବରେ ଏପରି ଏକ ଯୋଜନା ଆରମ୍ଭ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।

ଉପମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ଇ-ଟିକେଟ୍ ଆରମ୍ଭ କରି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଏପରି କରାଯାଇଛି । ଯେଉଁମାନେ ବିହାରର ପର୍ଯ୍ୟଟନ ସ୍ଥାନକୁ ନିଜ ରିଲ୍ସ ମାଧ୍ୟମରେ ପ୍ରୋତ୍ସାହିତ କରିବେ ଏବଂ ବିହାର ପର୍ଯ୍ୟଟନକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ସାହାଯ୍ୟ କରିବେ, ସେମାନଙ୍କୁ ସମ୍ମାନିତ କରାଯିବ । ଏମିତିକି ସେମାନଙ୍କୁ ପୁରସ୍କାର ଦିଆଯିବ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯାହାକି ଦୁନିଆର ନଜରରୁ ବହୁତ ଦୂରରେ ରହିଛି । ଯାହା ବିଷୟରେ ଲୋକେ ଅବଗତ ନାହାନ୍ତି । ଏପରି ପର୍ଯ୍ୟଟନସ୍ଥଳକୁ ବିଶ୍ୱବାସୀଙ୍କ ନଜରରେ ଆଣିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ପର୍ଯ୍ୟଟକ ଏଠାରେ ପହଞ୍ଚି ପାରିବେ ।

ତେବେ ଏହା ପୂର୍ବରୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିଥିଲା। ଯେଉଁଥିରେ ଦେଶର କୋଣ ଅନୁକୋଣରୁ ଲୋକେ ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସେହି ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯେଉଁମାନେ ଫଟୋଗ୍ରାଫି ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ପୁରସ୍କାର ମଧ୍ୟ ଦେଇଥିଲେ।
You Can Read: