ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମକର ସଂକ୍ରାନ୍ତି ମିଳନ; ସମସ୍ତ ନେତା ଓ କର୍ମୀ ସାମିଲ୍
14/01/2023 at 6:52 PM

ଭଦ୍ରକ ୧୪/୦୧: ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଭଦ୍ରକ ଜିଲ୍ଲାର ସମସ୍ତ ବିଜେପି କର୍ମୀ ଓ ନେତାମାନଙ୍କୁ ନେଇ ଏହି ସଂକ୍ରାନ୍ତି ମିଳନ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ବହୁ ନେତା ସାମିଲ ଥିଲେ।
ଏହି ଅବସରରେ ଭଦ୍ରକ ସହରର ନେହେରୁ ଷ୍ଟାଡିୟମରୁ ଏକ ବାଇକ ଶୋଭଯାତ୍ରା ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ଏହା ପରେ ଗାନ୍ଧୀ ପଡିଆରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଏହି ମକର ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବହୁ ଆଡମ୍ବର ଉତ୍ସାହର ସହିତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023