ମକର ସଂକ୍ରାନ୍ତିରେ ପାଆନ୍ତୁ ସୂର୍ଯ୍ୟ ଓ ଶନିଦେବଙ୍କର ବରଦାନ

Published By : Prameya-News7 Bureau | January 12, 2020 IST

ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ । ଶୀତ କମିବା ସହ ଗରମ ବଢେ । ସୂର୍ଯ୍ୟ ପ୍ରତି ମାସରେ ଗୋଟିଏ ରାଶିରେ ପ୍ରବେଶ କରନ୍ତି । ଏଥିପାଇଁ ୧୨ଟି ରାଶିର ୧୨ଟି ସଂକ୍ରାନ୍ତି ରହିଛି । ଦୁଇଟି ସଂକ୍ରାନ୍ତିର ବହୁତ ମହତ୍ତ୍ୱ ରହିଛି ମକର ଓ କର୍କଟ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ପାଣିପାଗରେ ପରିବର୍ତ୍ତନ ହୋଇଥାଏ । ମକର ରାଶିରେ ସୂର୍ଯ୍ୟ ପ୍ରବେଶ କଲେ ସୂର୍ଯ୍ୟଙ୍କ ତାପମାତ୍ରା ଅଧିକ ଉତ୍ତର ଗୋଲାର୍ଦ୍ଧରେ ପଡିଥାଏ ।

ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବଙ୍କ ପୂଜା ସହ ଜପ ଓ ଦାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୁଏ । ଚଳିତ ବର୍ଷ ଇଂରାଜୀ ମାସ ଜାନୁଆରୀର ୧୫ ତାରିଖ ବୁଧବାରରେ ମକର ସଂକ୍ରାନ୍ତି ପାଳିତ ହେବ ।

{"id":210112,"sizeSlug":"large"}

ସୂର୍ଯ୍ୟ ଓ ଶନିଦେବଙ୍କ ପୂଜା
ସୂର୍ଯ୍ୟ ଓ ଶନିଦେବଙ୍କ ପୂଜା ମକର ସଂକ୍ରାନ୍ତିରେ ବିଶେଷ ମହତ୍ତ୍ୱ ରଖିଥାଏ ।

ଏହି ଦିନରେ ସୂର୍ଯ୍ୟ ନିଜର ପୁତ୍ର ଶନିଦେବଙ୍କୁ ସାକ୍ଷାତ କରିଥାଆନ୍ତି ।

ଏହି ସମୟରେ ଶୁକ୍ରଙ୍କର ବି ଉଦୟ ହେବାରୁ ଶୁଭ କାର୍ଯ୍ୟ କରାଯାଇଥାଏ ।

ସୂର୍ଯ୍ୟ ଓ ଶନିଦେବ କୁଣ୍ଡଳୀରେ ଖରାପ ସ୍ଥାନରେ ରହିଥିଲେ ଏହି ଦିନି ସୂର୍ଯ୍ୟ ଓ ଶନିଦେବଙ୍କର ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ।

ସୂର୍ଯ୍ୟ ଓ ଶନିଦେବଙ୍କର ପୂଜା କଲେ ରୋଗ ଓ ଶୋକରୁ ମୁକ୍ତି ମିଳିଥାଏ ।

ଏହି ଦିନ କଅଣ କରିବେ
ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

ଶ୍ରୀମଦ ଭାଗବତର ଗୋଟିଏ ଅଧ୍ୟାୟ ପାଠ କରନ୍ତୁ ଗୀତା ପାଠ କରନ୍ତୁ

ଯଦି ପାରିବେ ଅନ୍ନ , କମ୍ବଳ ଓ ଘିଅ ଦାନ କରନ୍ତୁ

ସୂର୍ଯ୍ୟଙ୍କୁ ଲାଲ ଫୁଲ ଓ ଅକ୍ଷତ ବା (ଅରୁଆ ଚାଉଳ ଓ ହଳଦୀ) ଅର୍ପଣ କରନ୍ତୁ

ଖେଚୁଡି ବନାଇ ପାରିଲେ ଏହାକୁ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରି ନିଜେ ପ୍ରସାଦ ଭାବେ ଗ୍ରହଣ କରନ୍ତୁ

ସୂର୍ଯ୍ୟଙ୍କ ମନ୍ତ୍ର କିମ୍ବା ଗାୟତ୍ରୀ ପାଠ କରନ୍ତୁ

ଶନିଦେବଙ୍କ କୃପା ପାଇଁ
ରାଶି ଓ ଅକ୍ଷତ ରେ ପୂଜା କରନ୍ତୁ
ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.