ଆଜି ମକର ସଂକ୍ରାନ୍ତି ; ଘରେ ଘରେ ମକର ଚାଉଳ ସହ ଗୁଡି ଉଡେଇବାର ପରମ୍ପରା

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ଆଜି ମକର ସଂକ୍ରାନ୍ତି । ସବୁଠି ମକର ମହକ । ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ, ସେଥିପାଇଁ ମକର ସଂକ୍ରାନ୍ତି ସହ ବିଜ୍ଞାନ ଯେତିକି ଯୋଡା, ସେତିକି ଯୋଡା ପରମ୍ପରା । ଘରଠାରୁ ମନ୍ଦିର ସବୁଠି ମକର ଚାଉଳ ଭୋଗ କରା ଯାଏ । ମକର ସଂକ୍ରାନ୍ତିରେ ଅନେକ ସ୍ଥାନରେ ଗୁଡି ଉଡା ପର୍ବ ମଧ୍ୟ ପାଳନ କରାଯାଏ । ପିଲମାନେ ଗୁଡି ଉଡେଇବା ସହ ଏହି ଦିନର ମଜା ମଧ୍ୟ ନେଇଥାନ୍ତି । ସେପଟେ ତେଲୁଗୁ ସଂପ୍ରଦାୟ ଖୁବ ଧୂମଧାମରେ ପାଳିଛନ୍ତି ପୋଙ୍ଗଲ । ମକର ସଂକ୍ରାନ୍ତି ତେଲୁଗୁ ମାନଙ୍କର ବଡ ପର୍ବ। ଦକ୍ଷିଣ ଭାରତର ମୁଖ୍ୟ ପର୍ବ ପୋଙ୍ଗଲର ରଙ୍ଗ ଦେଖିବାକୁ ମିଳିଛି ବ୍ରହ୍ମପୁରରେ।

ମକର ସଂକ୍ରାନ୍ତି ଆସିଲେ ଗୁଡ଼ିମୟ ହେ।ଇଯାଏ ଆକାଶ । ରଙ୍ଗ ବେରଙ୍ଗ ଗୁଡ଼ିରେ ରଙ୍ଗୀନ ହେ।ଇଉଠେ ପରିବେଶ । ସେଥିପାଇଁ ବଜାରରେ ଏବେ ଗୁଡ଼ିର ସମ୍ଭାର । ବିଶେଷ କରି ମେ।ଦି ଓ ନବୀନ ଏବଂ କାର୍ଟୁନ୍ ଗୁଡ଼ିର ଚାହିଦା ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.