ଦକ୍ଷିଣ ଓଡ଼ିଶାରେ ମକର ସଂକ୍ରାନ୍ତି ଓ ପୋଙ୍ଗଲକୁ ଧୁମ୍‌ଧାମ୍‌ରେ ପାଳନ କଲେ ତେଲୁଗୁ ସମ୍ପ୍ରଦାୟ ଲୋକ

Published By : Prameya-News7 Bureau | January 16, 2019 IST

ବ୍ରହ୍ମପୁର ୧୬|୧: ଦକ୍ଷିଣ ଓଡ଼ିଶାରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ତେଲୁଗୁ ସମ୍ପ୍ରଦାୟର ଲୋକେ । ସଂକ୍ରାନ୍ତି ପୂର୍ବଦିନଠାରୁ ୪ଦିନ ଧରି ଚାଲିଥିବା ଏହି ଉତ୍ସବରେ ଘରେ ଘରେ ପିଠାପଣାର ଆସର ଖୁବ୍‌ ଜମିଛି ।ବ୍ରହ୍ମପୁରରେ କେମିତି ଥିଲା ପୋଙ୍ଗଲ ପୂର୍ବ ରାତିର ସେଲିବ୍ରେସନ ଚାଲନ୍ତୁ ଦେଖିବା ।

{"id":74598}

ବାଜଥିଲା ଢ଼ୋଲ ନାଗଡ଼ା । ବାଲଗୋପାଲଙ୍କୁ ବସାଇ ଭୋଗି ପାଳିବାକୁ ଚାଲିଥିଲା ପ୍ରସ୍ତୁତି । ରଙ୍ଗବେରଙ୍ଗ କାଠରେ ସଜା ହୋଇଥିଲା ଭୋଗି । ଆଉ ପାଖରେ ଥୁଆ ହୋଇଥିଲା ଭଳି ଭଳି ଫଳମୂଳ । ଭାଇବନ୍ଧୁ କୁଟୁମ୍ବ ଓ ସାଙ୍ଗସାଥୀଙ୍କ ମେଳର ଭୋଗି ଓ ପୋଙ୍ଗଲ ସେଲିବ୍ରେସନ ପାଇଁ ଏକାଠି ହୋଇଥିଲେ ସମସ୍ତେ । ସମସ୍ତଙ୍କ ମନରେ ଅପୂର୍ବ ଉତ୍ସାହ ଆଉ ଆନନ୍ଦ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

{"id":74599}

ଭୋଗି ଜଳିବା ସହ ଆରମ୍ଭ ହୋଇଥିଲା ସମୂହ ନାଚ ଗୀତ । ଶୀତ ରାତିରେ ଭୋଗି ନିଆଁର ପରସ ମନରେ ଭରି ଦେଇଥିଲା ଉଲ୍ଲାସ । କାହିଁକି ନା’ ​ ମନର ସବୁ ମାୟା, ମୋହ, ଛଳନାକୁ ଭୋଗି ନିଆଁରେ ସମର୍ପି ଦେଇ ସମସ୍ତେ ଭାଇଚାରାରେ ଖୁସି ଆନନ୍ଦର ସହ ଜୀବନରେ ଆଗକୁ ବଢ଼ିବାକୁ ଶପଥ ନେଇଥିଲେ ।

{"id":74601}

ଗୋଟେ ଉତ୍ସବରେ କେତେ ପରମ୍ପରାର ଝଲକ । କେଉଁଠି କୁଆଁରି ଝିଅମାନେ ଗୋବି ପୂଜାର ଆୟୋଜନ କରିଛନ୍ତି । ତ ଆଉ କୋଉଠି ଜମିରେ ଅମଳ ହୋଇଥିବା ପ୍ରଥମ ଚାଉଳକୁ ପୂଜା କରି ନୂଆଖାଇଛନ୍ତି ଲୋକେ । ପୁଣି ପିତୃ ପୁରୁଷଙ୍କୁ ପିଣ୍ଡ ଦେଇ କୋଟି ପୁଣ୍ୟ ସାଉଣ୍ଟିବାକୁ ହୋଇଛି ପ୍ରସ୍ତୁତି । ନୂଆ ଲୁଗା, ନୂଆ ଗହଣା ପିନ୍ଧି ଉତ୍ସାହ ଉଦ୍ଦିପନାର ସହ ସବୁ ପରମ୍ପରାକୁ ପାଳନ କରିବାକୁ ଯେମିତି ସମସ୍ତେ ଉତ୍ସାହିତ ହୋଇପଡ଼ିଛନ୍ତି ।

ମକର ସଂକ୍ରାନ୍ତିରେ ଶ୍ରଦ୍ଧା ପୂର୍ବକ ସୂର୍ଯ୍ୟଙ୍କ ଆରାଧନା ବି ହୋଇଛି । ଚାରି ଦିନର ଏହି ପର୍ବ ଯେମିତି ସମସ୍ତଙ୍କ ମନରେ ଆଣିଦେଇଛି କେବଳ ଖୁସି ଆଉ ଖୁସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.