ସାଲେପୁର ୧୪/୦୧: ଆଜି ହେଉଛି ପବିତ୍ର ମକରସଂକ୍ରାନ୍ତି । ମକରସଂକ୍ରାନ୍ତି ଠାରୁ ଦିନ କ୍ରମଶଃ ବଡ଼ିଥାଏ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଦେବାଦେବୀଙ୍କ ପୀଠ । କଟକ ଜିଲ୍ଲା ସାଲେପୁର ବ୍ଳକ ବଟେଶ୍ୱର ସ୍ଥିତ ମା ଭଗବତୀଙ୍କ ପିଠ ହୋଇଉଠିଛି ଉତ୍ସବମୁଖର । କାହିଁ କେଉଁ କାଳରୁ ମାଙ୍କ ପୀଠରେ ମକର ମହୋତ୍ସବ ପାଳନ ହୋଇ ଆସୁଅଛି ।
ମାଆ ଆଜି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେଇଥାଆନ୍ତି । ଧୂପଦୀପ ନୈବେଦ୍ୟରେ କମ୍ପିଉଠୁଛି ସାର ପରିବେଶ । ଆଜିର ଦିନରେ ମାଙ୍କ ପୀଠରେ ମାଆଙ୍କୁ ନୂଆଧାନ ଚାଉଳରେ ଭୋଗଲାଗି କରାଯାଇଥାଏ ।
wp:html /wp:htmlମାଳିକା କହେ ମା ଭଗବତୀଙ୍କୁ ଦର୍ଶନ କରିବା ପୂର୍ବରୁ ପବିତ୍ର ଚିତ୍ରୋତଳା ନଦୀରେ ବୁଡ଼ ପକାଇ ମାଙ୍କ ଦର୍ଶନକଲେ ୧୦୦ବର୍ଷର ପାପକ୍ଷୟ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏହାକୁ ବିଶ୍ୱାସକରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଚିତ୍ରତୋଳା ନଦୀରେ ବୁଡ଼ ପକାଇବା ସହ ବିବାହ ବ୍ରତଘରର ମୁକୁଟ ଭସାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।