ବାଲିପାଟଣାରେ ମାଙ୍କଡ ଆତଙ୍କ, ଗୁରୁତର ହେଲେଣି ଅନେକ

Published By : Prameya-News7 Bureau | December 17, 2022 IST

ବାଲିପାଟଣା ୧୭/୧୨: ଆତଙ୍କ ସୃଷ୍ଟି କରିଛି ଉତ୍ପାତିଆ ମାଙ୍କଡ । ମାଙ୍କଡ କାମୁଡ଼ାରେ ୭ରୁ ଅଧିକ ଲୋକ ଗୁରୁତର ଭାବେ ଆହାତ ହେଲେଣି । ବାଲିପାଟଣା ବ୍ଳକ୍ ବାଗଲପୁର ଗ୍ରାମରେ ଏକ ମାଙ୍କଡ ଯାହାକୁ ଦେଖୁଛି କାମୁଡି ଦେଉଛି ।

ବାଗଲପୁର ଗ୍ରାମରେ ଆଜି ପୁନର୍ବାର ମାଙ୍କଡ କାମୁଡ଼ାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି ବାଗଲପୁର ଗ୍ରାମର ମଞ୍ଜୁଲତା ମିଶ୍ର । ମଞ୍ଜୁଲତା ଆଜି ସକାଳୁ ମନ୍ଦିର ଯିବା ବେଳେ ମାଙ୍କଡଟି ଆସି ତାଙ୍କ ଗୋଡକୁ କାମୁଡି ଦେଇଥିଲା । ମାଙ୍କଡ ଆକ୍ରମଣରେ ମଞ୍ଜୁଲତାଙ୍କର ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର ହୋଇଛନ୍ତି ।

ଉତ୍ପାତିଆ ମାଙ୍କଡକୁ କାବୁ କରିବାକୁ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ବନ ବିଭାଗ ଏ ପର୍ଯ୍ୟନ୍ତ ଚୁପ୍ ହୋଇ ବସି ରହିଛି । ତୁରନ୍ତି ଏହି ଉତ୍ପାତିଆ ମାଙ୍କଡ଼ କୁ କାବୁ କରି ଗ୍ରାମରୁ ନେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ମାଙ୍କଡଟି ମହୁଖଣ୍ଡା ଗ୍ରାମରେ ଅନୁରୁପ ଭାବେ ଆକ୍ରମଣ କରି ପ୍ରାୟ ୧୨ ଜଣ ଗୁରୁତର ଭାବେ ଆହାତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.