ମୁହୂର୍ତ୍ତ କାରବାରରେ ୩୮୦ ପଏଣ୍ଟ ଚଢିଲା BSE ସେନସେକ୍ସ, NIFTY ୧୯୫୦୦ ପାର

Published By : Prameya-News7 Bureau | November 12, 2023 IST

ମୁମ୍ବାଇ ୧୨।୧୧: ଦିପାବଳୀ ଅବସରରେ ବିଶେଷ ମୁହୂର୍ତ୍ତ କାରବାର ଆରମ୍ଭରେ ମୁଖ୍ୟ ସେୟାର ସୂଚକାଙ୍କ ସେନସେକ୍ସ ଓ ନିଫ୍ଟିରେ ରବିବାର ଅଧା ପ୍ରତିଶତରୁ ଅଧିକ  ଅଭିବୃଦ୍ଧି ଦେଖାଇଛି। ଏହି ଅବସରରେ ୩୦ ସେୟାରର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୩୮୦.୮୬ ଅର୍ଥାତ ୦.୫୯ ପ୍ରତିଶତ ବଢି ୬୫,୨୮୫.୫୪କୁ ପହଞ୍ଚି ଯାଇଛି। ଏହି ସମୟରେ ସେନସେକ୍ସ ସେୟାରଙ୍କୁ ସବୁଜ ସଂକେତରେ ଦେଖାଯାଇଛି, ଯାହାକୁ ନୂଆ ସମ୍ବତ ବର୍ଷ ୨୦୮୦ର ମଜଭୁତ ଆରମ୍ଭ ବୋଲି ମନେ କରାଯାଉଛି।

ଆଇଟି, ଇନଫ୍ରାଷ୍ଟ୍ରକ୍ଚର ଓ ଶକ୍ତି ସେୟାରରେ ଅଭିବୃଦ୍ଧି ଯୋଗୁ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୦୯.୮୦ଅର୍ଥାତ ୦.୫୭ ପ୍ରତିଶତ ବଢି ୧୯,୫୩୫.୧୫ ସ୍ତରକୁ ଛୁଇଁଛି। ସେନସେକ୍ସ ସେୟାରମାନଙ୍କ ମଧ୍ୟରେ ଇନଫୋସିସ୍‌ରେ ସବୁଠୁ ଅଧିକ ୧.୩୭ ପ୍ରତିଶତ ବୃଦ୍ଧି ହୋଇଛି। ଏହା ଛଡା ଲାର୍ସନ ଆଣ୍ଡ ଟୁବ୍ରୋରେ ୦.୯୦ପ୍ରତିଶତ ଏବଂ ୱିପ୍ରୋରେ ୦.୮୩ ପ୍ରତିଶତ ବୃଦ୍ଧି ହୋଇଛି। ଅଭିବୃଦ୍ଧି ହାସଲ କରିଥିବା ଅନ୍ୟ ସେୟାରମାନଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇଟିସି, ଟିସିଏସ୍, କୋଟକ ବ୍ୟାଙ୍କ, ଏସିୟାନ ପେଣ୍ଟସ୍ ଓ ଟାଇଟନ ଅଛନ୍ତି।

{"id":868934,"sizeSlug":"full","linkDestination":"none"}

ବିଏସଇ ମିଡକ୍ୟାପ୍‌ରେ ୨୨୭.୪୩ ଅର୍ଥାତ ୦.୭୦ ପ୍ରତିଶତ ଓ ବିଏସଇ ସ୍ମଲ କ୍ୟାପରେ ୪୫୨.୧୧ ଅର୍ଥାତ ୧.୧୮ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଏଥିରେ ଔଦ୍ୟୋଗିକ, ଆଇଟି, ଧାତୁ ଓ ସେବା ସମେତ ସବୁ ସୂଚକାଙ୍କ ସକରାତ୍ମକ ଥିଲେ। ସାଂକେତିକ ବ୍ୟବସାୟୀକ ଅଧିବେଶନର ଆୟୋଜନ ସନ୍ଧ୍ୟା ୬ଟାରୁ ୭ଟା ୧୫ ମିନିଟ୍‌ ମଧ୍ୟରେ କରାଯାଇଥିଲା। ଏହି ଅଧିବେଶନ ଏକ ନୂଆ ସମ୍ବତ ପ୍ରାରମ୍ଭର ପ୍ରତୀକ। କୁହାଯାଏ ମୁହୂର୍ତ୍ତ ବା ଶୁଭ ସମୟରେ କାରବାର ହିତାଧିକାରୀଙ୍କ ନିମନ୍ତେ ସମୃଦ୍ଧି ଆଣିଥାଏ।

ହିନ୍ଦୁ ବ୍ୟବସାୟୀକ କ୍ୟାଲେଣ୍ଡର ବର୍ଷ ଦିପାବଳୀରୁ ଆରମ୍ଭ ହୋଇଥାଏ, ଯାହାକୁ ସମ୍ବତ କୁହାଯାଏ। ବଜାର ସମୀକ୍ଷକଙ୍କ କହିବା କଥା ହେଲା କିଛି ବି ଆରମ୍ଭ କରିବାକୁ ଦିପାବାଳୀ ଏକ ଆଦର୍ଶ ସମୟ। କୁହାଯାଏ ନିବେଶକ ଏହି ଅଧିବେଶନ କାଳରେ ବ୍ୟବସାୟ କଲେ ପୁରା ବର୍ଷ ଲାଭରେ ରହିଥାନ୍ତି। ସେୟାର ବଜାର ୧୪ ନଭେମ୍ବର ବଳିପ୍ରତିପଦା ପାଇଁ ବନ୍ଦ ରହିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.