ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ, ଏହି ଅଧିକାରୀଙ୍କୁ ମିଳିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ଵ
24/03/2023 at 9:40 PM

ଭୁବନେଶ୍ଵର: ବରିଷ୍ଠ ପ୍ରଶାସନିକସ୍ତରରେ ବଡଧରଣର ଅଦଳ ବଦଳ। ବଦଳିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ତାଙ୍କ ସ୍ଥାନରେ ନିକୁଞ୍ଜ ବିହାରୀ ଦଳଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସୁଶୀଲ ଲୋହାନୀଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଛନ୍ତି।
ସେହିପରି ସତ୍ୟବ୍ରତ ସାହୁଙ୍କୁ ସ୍ଵତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ସେ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ସତ୍ୟବ୍ରତଙ୍କୁ ଓଡିଆ ଭାଷା, ସାହିତ୍ୟ, ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ସଞ୍ଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ଵ ଦାୟିତ୍ଵ ଦିଆଯାଇଛି। ସଞ୍ଜୟ ସୂଚନା ଏବଂ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ। ଜ୍ଞାନରଞ୍ଜନ ଦାସଙ୍କୁ ଓସଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵ ମିଳିଛି।