ଓ୍ବାୟନାଡ ମେପାଡିରେ ଭୀଷଣ ଭୂ-ସ୍ଖଳନ; ମୃତ ସଂଖ୍ୟା ୪୩କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 30, 2024 IST

ଓ୍ବାୟନାଡ: କେରଳର ଓ୍ବାୟନାଡ ଜିଲ୍ଲାର ମେପାଡି ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଅପଡେଟ୍ ସୁଦ୍ଧା ୪୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡ଼ଛି । ଧ୍ବଂସାବଶେଷ ତଳୁ ସେମାନଙ୍କ ମୃତଦେହକୁ ଉଦ୍ଧର କରାଯାଇଛି । କେରଳର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଟିମ୍ ରେସକ୍ୟୁ ଅପରେସନ ଜାରି ରଖିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୀଷଣ ଭୂ-ସ୍ଖଳନ ହୋଇଥିଲା । ଏହା ପରେ ପୁଣି ଥରେ ଭୋର୍ ୪.୧୦ ମିନିଟରେ ଲ୍ୟାଣ୍ଡସ୍ଲାଇଡିଂ ହୋଇଥିଲା । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ଶହେରୁ ଅଧିକ ଲୋକ ଧ୍ବଂସାବଶେଷ ତଳେ ଫଶିଯାଇଛନ୍ତି । କେରଳର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ, ଏନଡିଆରଏଫ, ଏସଡିଆରଏଫ, ସ୍ଥାନୀୟ ନାଗରିକ ଘଟଣାସ୍ଥଳରୁଆହତଙ୍କୁ ଉଦ୍ଧାର କରୁଛି । ରେସକ୍ୟୁ ଅପରେସନରେ ବାୟୁସେନାର ୨ଟି ହେଲିକପ୍ଟର Mi-17 ଏବଂ ALH ନିୟୋଜିତ ହୋଇଛି । ଭୂ-ସ୍ଖଳନରେ ବର୍ତ୍ତମାନ ସୁଦ୍ଧା୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ କିଛି ଶିଶୁ ରହିଛି । 

ଉଦ୍ଧାରକାରୀ ଦଳ ୧୬ଜଣଙ୍କୁ ରେସକ୍ୟୁ କରି ମେପାଡି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ ଘଟଣା ଉପରେ ନଜର ରଖିଛନ୍ତି । ଭୂ-ସ୍ଖଳନ ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା କଣ୍ଟ୍ରେଲ ରୁମ୍ ଖୋଲାଯାଇ, ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ ନମ୍ବର-  9656938689 ଏବଂ 8086010833 । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ । ସେ ଏକ୍ସରେ ଟ୍ବିଟ୍ କରି ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସହୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଗୃଦମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏକ୍ସରେ ପୋଷ୍ଟ କରି , ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନ କରିଛନ୍ତି ।.. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.