ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
10/03/2023 at 7:27 PM

ନୂଆଦିଲ୍ଲୀ, ୧୦/୦୩: ମୁମ୍ବାଇ ଫିଲ୍ମ ସିଟିର ଏକ ସିରିଏଲ ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ। ଗୋରେଗାଓଁ ଇଷ୍ଟ ସ୍ଥତି ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟ୍ରେ ଲାଗିଥିବା ନିଆଁ ଆଖପାଖରେ ଥିବା ଆହୁରି କିଛି ସେଟ୍କୁ ବ୍ୟାପିଛି। କୁହାଯାଉଛି ଏବେ ପର୍ଯ୍ୟନ୍ତ ଏହି ନିଆଁ ତିନି ସେଟ୍ରେ ଲାଗିଛି । ଯେଉଁଠାରେ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଅବଶ୍ୟ, ଏପର୍ଯ୍ୟନ୍ତ କାହାର ବି ମୃତାହତ ନେଇ ଖବର ମିଳିନାହିଁ। ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।
ବୃହନମୁମ୍ବାଇ ନଗର ନିଗମ ଅଧିକାରୀଙ୍କ ଅନୁଯାୟୀ, ମୁମ୍ବାଇ ଫିଲ୍ମ ସିଟିରେ ଶୁକ୍ରବାର ଦ୍ବିପ୍ରହରରେ ଟିଭି ସିରିଏଲର ସୁଟିଂ ସେଟ୍ରେ ନିଆଁ ଲାଗିଥିଲା। ଯେଉଁ ଷ୍ଟୁଡିଓରେ ନିଆଁ ଲାଗିଥିଲା, ଏହାର ୨୦୦୦ ବର୍ଗ ଫୁଟ୍ରେ ଏହି ନିଆଁ ବ୍ୟାପିଛି। ତେବେ ନିଆଁ କେଉଁ କାରଣରୁ ଲାଗିଛି ତାହା ଜଣାପଡ଼ିନାହିଁ। ନିଆଁ ଲାଗିବା ଫଳରେ ସେଟ୍ରେ ବ୍ୟାପକ କ୍ଷତି ହୋଇଛି। ନିଆଁ ଲିଭା କାର୍ଯ୍ୟରେ ୧୨ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି।