ତୁର୍କୀର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ସାତ ମୃତ; ଗ୍ୟାସ ଲିକରୁ ଦୁର୍ଘଟଣା ସନ୍ଦେହ

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ: ପଶ୍ଚିମ ତୁର୍କୀର ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଜଣେ ଅଧିକାରୀଙ୍କ ଅନୁସାରେ ଗ୍ୟାସ ଲିକ୍ ଯୋଗୁଁ ଏହି ବିସ୍ଫୋରଣ ହୋଇପାରେ । ଏହି ବିସ୍ଫୋରଣରେ ଅନ୍ୟ କିଛି ଜଣ ଆହତ ହୋଇଥିବା ଖବର ମଧ୍ୟ ସାମନାକୁ ଆସିଛି ।

ଆୟଦିନ ପ୍ରାନ୍ତର ଗଭର୍ଣ୍ଣର ହୁସେନ ତୁର୍କୀର ସିଏନଏନ-ତୁର୍କୀକୁ ସୂଚନା ଦେଇ କହିଛନ୍ତି ଯେ ଏହି ବିସ୍ଫୋରଣରେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି । ଗଭର୍ଣ୍ଣର ହୁସେନ ଓକୋସୀ କହିଛନ୍ତି ଯେ ଏକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ବୟାନରୁ ଜଣାପଡିଛି ଯେ ରୋଷେଇ ଗ୍ୟାସ ସିଲିଣ୍ଡର ଲିକ୍ ହୋଇଥିଲା, ଏହି କାରଣରୁ ବିସ୍ଫୋରଣ ହୋଇଛି ।

ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆୟଦିନର ନାଜିଲ୍ଲୀ ଜିଲ୍ଲାରରେ ତୁର୍କୀ ଡୋର କବାବ ଦୋକାନରେ ବିସ୍ଫୋରଣ ପରେ ନିଆ ଲାଗିଥିଲା । ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.