ଆମେରିକାର କାଲିଫର୍ଣ୍ଣିଆରେ ବଡ ଧରଣର ଭୂକମ୍ପ , ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୦

Published By : Prameya-News7 Bureau | December 06, 2024 IST

ନୂଆଦିଲ୍ଲୀ ୦୬।୧୨; ଆମେରିକାର କାଲିଫର୍ଣ୍ଣିଆରେ ଭୂକମ୍ପ ଝଟକା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, କାଲିଫର୍ନିଆର କେପ ମେଣ୍ଡୋକିନୋ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଯାହାର ତୀବ୍ରତା ୭.୦ ରିକ୍ଟର ସ୍କେଲ୍‌ରେ ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ଫନଡେଲଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଥିଲା।  ଡିସେମ୍ବର ୬ରେ ଭାରତୀୟ ସମୟ ସକାଳ ୧୨.୨୪ ରେ ଉତ୍ତର କାଲିଫର୍ଣ୍ଣିଆ ଉପକୂଳ ନିକଟରେ ଏହି ଭୂକମ୍ପ ଘଟିଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଭୂକମ୍ପ ତୀବ୍ରତା ୭.୦, ତାରିଖ: ୦୬/୧୨/୨୦୨୪। ଗଭୀରତା: ୧୦ କିଲୋମିଟର, ସ୍ଥାନ : ଉତ୍ତର କାଲିଫର୍ନିଆର ଉପକୂଳରେ ।

ଆମେରିକୀୟ ଭୂକମ୍ପବିଜ୍ଞାନୀଙ୍କ ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ କାଲିଫର୍ଣ୍ଣିଆ ଉପକୂଳରେ ଏକ ବଡ଼ ଭୂକମ୍ପ ଘଟିଛି। ଯେଉଁଥିପାଇଁ ସମୁଦ୍ରରେ ସୁନାମି ହେବାର ଆଶଙ୍କା ରହିଛି। ହନୋଲୁଲୁରେ ଥିବା ଜାତୀୟ ପାଣିପାଗ ସେବା ସୁନାମି ଚେତାବନୀ କେନ୍ଦ୍ର ଦ୍ଵାରା ଏହି ଚେତାବନୀ ଦିଆଯାଇଛି । ଭୂକମ୍ପର ୩୦୦ କିଲୋମିଟର ମଧ୍ୟରେ ସମୁଦ୍ର କୂଳରେ ଏକ ବିପଦପୂର୍ଣ୍ଣ ସୁନାମି ହୋଇପାରେ ବୋଲି କୁହାଯାଇଛି। ହେଲେ ବର୍ତ୍ତମାନ କୌଣସି ଅଞ୍ଚଳରେ ତରଙ୍ଗ ନାହିଁ। ସମୁଦ୍ର କୂଳରେ ରହୁଥିବା ଲୋକମାନେ ସଜାଗ ରହିବା ଉଚିତ୍ ନେଇ କୁହାଯାଉଛି।

FERNBRIDGE EARTHQUAKE DAMAGE: Damage to Fernbridge following the 6.2 magnitude #earthquake in Humboldt County. Main road to Ferndale currently closed off by CalTrans as crews inspect for additional damage. pic.twitter.com/4BPOSvZrN9

ସୁନାମି ପାଇଁ ଚେତାବନୀ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପ ବିଶେଷଜ୍ଞ କହିଛନ୍ତି ଯେ କାଲିଫର୍ଣ୍ଣିଆର ପଶ୍ଚିମ ଉପକୂଳରେ ରହୁଥିବା ୫.୩ ନିୟୁତ ଲୋକଙ୍କ ପାଇଁ ୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ବିପଦ ସୃଷ୍ଟି କରିଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ହୋଇଥିବାରୁ ଏହାର କମ୍ପନ ଦକ୍ଷିଣକୁ ୨୭୦ ମାଇଲ (୪୩୫ କିଲୋମିଟର) ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଲୋକମାନେ ଅନେକ ସେକେଣ୍ଡ ପାଇଁ ଭୂକମ୍ପ ଗତି ଅନୁଭବ କରିଥିଲେ । ଭୂକମ୍ପ ଘଟିବା ମାତ୍ରେ ସୁନାମି ଚେତାବନୀ ଦିଆଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.