ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଅଗ୍ନିପଥ ନିୟମରେ ବଡ ପରିବର୍ତ୍ତନ, ITI-ପଲିଟେକନିକ ପାସ୍ ଆଉଟ୍ ବି କରି ପାରିବେ ଆବେଦନ

21/02/2023 at 5:37 PM

ନୂଆଦିଲ୍ଲୀ:  କେନ୍ଦ୍ରର ଏନଡିଏ ସରକାର ଗତ ବର୍ଷ ତିନି ସେନାରେ ଯବାନଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ସରକାର ଏବେ ଅଗ୍ନିପଥ ଯୋଜନାର ନିଯୁକ୍ତି ସଂପର୍କିତ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ଏହା ଅନୁସାରେ ଆଇଟିଆଇ ପଲିଟେକ୍ନିକରେ ଉତ୍ତୀର୍ଣ୍ଣ ଆଶାୟୀ ଅଗ୍ନିବୀର  ହେବା ପାଇଁ ଆବେଦନ କରି ପାରିବେ।

ସେନା ଅଗ୍ନିପଥ ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଯୋଗ୍ୟତାର ମାପକାଠିରେ ପରିବର୍ତ୍ତନ ଆଣିଛନ୍ତି। ଅଣଦକ୍ଷ ଯୁବକ ମଧ୍ୟ ଅଗ୍ନିପଥରେ ସାମିଲ୍ ହୋଇ ପାରିବେ। ଆଇଟିଆଇ ପଲିଟେକନିକରୁ ଉତ୍ତୀର୍ଣ୍ଣ ଆଶାୟୀ ଟେକ୍ନିକଲ ବ୍ରାଞ୍ଚରେ ଆବେଦନ କରି ପାରିବେ। ଏଥିରେ ଅଣଦକ୍ଷ ଯୁବକଙ୍କୁ ବିଶେଷ ପ୍ରୋତ୍ସାହନ ମିଳିବ।କେବଳ ଏତିକି ନୁହେଁ ଏଥିରେ ପ୍ରଶିକ୍ଷଣ ସମୟ ବି କମ ହେବ। ନିୟମରେ ଏହି ବଡ ପରିବର୍ତ୍ତନ ପରେ ଯୁବ ଆଶାୟୀଙ୍କୁ ଯୋଜନାରେ ସାମିଲ୍  ହେବାର ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୬ରେ ଅଗ୍ନିପଥ ଯୋଜନା ଆଧାରରେ ଭାରତୀୟ ସେନାରେ ଅଗ୍ନିବୀରଙ୍କ ନିଯୁକ୍ତିର ପଞ୍ଜିକରଣ ଆରମ୍ଭ ହୋଇ ଯାଇଛି। ଅବିବାହିତ ପୁରୁଷ ଆଶାୟୀମାନେ ୨୦୨୩-୨୪ ପାଇଁ ଅଧିକାରିକ ଓ୍ଵେବସାଇଟ୍‌ joinindianarmy.nic.in କୁ ଯାଇ ଅନଲାଇନ ଜରିଆରେ ଆବେଦନ କରି ପାରିବେ। ଅନଲାଇନ୍ ଆବେଦନର ଶେଷ ତାରିଖ ୨୦୨୩ ମାର୍ଚ୍ଚ ୧୫  ରହିଥିବା ବେଳେ ପରୀକ୍ଷା ୨୦୨୩ ଏପ୍ରିଲ ୧୭  ସମୟ ନିର୍ଦ୍ଧାରିତ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଅଗ୍ନିବୀର ଜେନେରାଲ ଡ୍ୟୁଟି, ଟେକ୍ନିକଲ କ୍ଲର୍କ, ଷ୍ଟୋର କିପର, ଟ୍ରେଡ୍ସମ୍ୟାନ ପଦରେ ନିଯୁକ୍ତି ଦିଆଯିବ।ଅଗ୍ନିବୀର ଚୟନ ପ୍ରକ୍ରିୟାରେ ନିକଟରେ କରାଯାଇଥିବା ପରିବର୍ତ୍ତନ ପରେ ଏବେ ଆଶାୟୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ପଡିବ। ଏଥିରୁ ଉତ୍ତୀର୍ଣ୍ଣ ହେଲେ ଶାରୀରିକ ପରୀକ୍ଷା ପାଇଁ ଡକାଯିବ। ଲିଖିତ ପରୀକ୍ଷା ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ।

   Related Posts