LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହେବକି ବଡ଼ ଧରଣର ଇଣ୍ଟରନେଟ୍ ବ୍ଲାକ୍‌ ଆଉଟ୍! ସୂର୍ଯ୍ୟରେ ବିସ୍ପୋରଣ ପରେ ପୃଥିବୀକୁ ମୁହାଁଇଛି X-କ୍ୟାଟଗରୀର ସୌର ଝଡ଼

11/02/2023 at 6:50 PM

ନୂଆଦିଲ୍ଲୀ ୧୧।୨: ଅନ୍ତରୀକ୍ଷ ପାଗ ବିଶେଷଜ୍ଞଙ୍କ ଅନୁସାରେ ନୂଆ ଘଟଣାକ୍ରମରେ ସୂର୍ଯ୍ୟ ପୃଷ୍ଠରେ ସୃଷ୍ଟି ହୋଇଥିବା ଦୁଇ ସୌର ସ୍ପଟ୍ ଏବେ ଚିନ୍ତାର ବିଷୟ ପାଲଟିଛି। ଏଥିରୁ ପୃଥିବୀ ଖୁବ୍ ଶୀଘ୍ର ଏକ ବୈଶ୍ୱିକ ବ୍ଲାକ୍‌ ଆଉଟ୍‌ର ସମ୍ମୁଖୀନ ହୋଇପାରେ ବୋଲି ଆକଳନ କରାଯାଉଛି। ନ୍ୟାସନାଲ ଓସନିକ ଏଣ୍ଡ ଆଟମସଫିୟର ଆଡମିନେଷ୍ଟ୍ରେସନ (ଏନଓଏଏ) ନିକଟରେ ଏକ ଆଗାମୀ ସୌର ଝଡ଼ ନେଇ ଚେତାବନୀ ଜାରି କରିଛନ୍ତି। ଯାହା ଖୁବ୍ ଶୀଘ୍ର ବିଦ୍ୟୁତ ଓ ସିଗ୍ନାଲ ବ୍ଲାକ୍‌ ଆଉଟ୍‌ର କାରଣ ହୋଇପାରେ ବୋଲି କୁହାଯାଉଛି।

ଏଭଳି ଆକଳନ ଏଥି ପାଇଁ କରାଯାଉଛି କାରଣ ସୂର୍ଯ୍ୟଙ୍କ ଅପରପାର୍ଶ୍ୱରେ ଦୁଇଟି ଅସ୍ଥିର ଦାଗ ଦେଖାଯାଉଛି ଯାହାର ସାମ୍ନା ପୃଥିବୀ ସହ ହୋଇପାରେ ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ବିସ୍ପୋରଣ ଯୋଗୁ ବାହାରିଥିବା ସୌର ଝଡ଼ ପୃଥିବୀ ସହ ଧକ୍କା ଲାଗିବା ଯୋଗୁ କେତେକ ସ୍ଥାନରେ ବିଦ୍ୟୁତ୍ ଓ ଇଣ୍ଚରନେଟ୍‌ ବ୍ଲାକ୍‌ ଆଉଟ୍‌ର କାରଣ ହୋଇପାରେ । ଏହା ଯୋଗୁ କେତେକ କ୍ଷେତ୍ରରେ ବେତାର (ରେଡିଓ) ଓ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ସିଗ୍ନାଲ ମଧ୍ୟ ପ୍ରଭାବିତ ହେବ। ଯାହା ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଇଛି। 

ତେବେ ଏନଓଏଏଙ୍କ ଦ୍ୱାରା ଜାରି ସତର୍କତାରେ କୁହାଯାଇଛି ଯେ ସୂର୍ଯ୍ୟପୃଷ୍ଠରେ ଏକ ଏମ୍-ସ୍ତରର ସୋଲାର ଫ୍ଲେୟାର ଇରୁପସନର ଅଧିକ ସମ୍ଭାବନା ରହିଛି। ତେବେ ଏହା ଏକ ଏକ୍ସ-ସ୍ତରର ଫ୍ଲେୟାର ହେବାର କ୍ଷୀଣ ସମ୍ଭାବନା ରହିଛି।  ହେଲେ ପୃଥିବୀ ଦେଇ ଯଦି ଏକ୍ସ- ଶ୍ରେଣୀୟ ସୌର ଝଡ ପ୍ରବାହୀତ ହୁଏ ତେବେ କ୍ଷୟକ୍ଷତିର ପରିମାଣ ସେହି ଅନୁପାତରେ ଅଧିକ ହୋଇପାରେ ବୋଲି କୁହାଯାଇଛି। ଯେତେ ସମ୍ଭାବନା ଏହି ସୌର ଝଡ଼ ପୃଥିବୀ ସହ ଚଳିତ ସପ୍ତାହରେ ଧକ୍କା ହୋଇପାରେ। ଫଳରେ ସପ୍ତାହନ୍ତ ସୁଧା ବ୍ୟବଧାନ ଉତ୍ପନ୍ନ ହେବ ବୋଲି ଆଶଙ୍କା କରାଯାଉଛି।

ତେବେ କିଛି ସପ୍ତାହ ପୂର୍ବେ ହୋଇଥିବା ସୌର ଝଡ ଯୋଗୁ ପୃଥିବୀ ପ୍ରଶାନ୍ତ କ୍ଷେତ୍ରରେ କେତେଥର ବ୍ଲାକ୍‌ ଆଉଟ୍ ଦେଖିଛି। ଯାହା ବାସ୍ତବରେ ଚିନ୍ତାଜନକ । ଏହା ଛଡା ନ୍ୟାସନାଲ ଏରୋନେଟିକ୍ସଏଣ୍ଡ ସ୍ପେସ୍ ଆଡମିନେଷ୍ଟ୍ରେସନ (ଏନଏଏସଏ)ଚଳିତ ସପ୍ତାହ ପ୍ରାରମ୍ଭରେ ସୂର୍ଯ୍ୟର ଏକ ବିପଦଜନକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସୂର୍ଯ୍ୟଙ୍କ ଏକ ଅଂଶ ଭାଙ୍ଗି ଏକ ବଡ ଧରଣର ଧ୍ରୁବୀୟ ଭଉଁରୀରେ ପରିଣତ ହେଉଥିବା ଦେଖାଯାଇଛି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ନାସାର ଜନୈକ ମହାକାଶ ବିଶେଷଜ୍ଞ କହିଛନ୍ତି ଯେ ଏଠାରେ ସୂର୍ଯ୍ୟଙ୍କ ବାୟୁମଣ୍ଡଳୀୟ ଗତିଶୀଳତାକୁ ୫୫ ଡିଗ୍ରିରୁ ଅଧିକ ବୁଝା ଯାଇ ପାରିବ ନାହିଁ। ସୂର୍ଯ୍ୟଙ୍କ ଏହି ନୂତନ ପରିବର୍ତ୍ତନରେ ପୃଥିବୀକୁ ଖୁବ୍ ଶୀଘ୍ର ଏକ ସୌର ଝଡ଼ର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ସେ କହିଛନ୍ତି। ମହାକାଶ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏକ୍ସ-ଶ୍ରେଣୀର ସୌର ଝଡ ପୃଥିବୀ ଦେଇ ପ୍ରବାହୀତ ହୁଏ ତେବେ ନିୟର ଗ୍ଲୋବାଲ ଇଣ୍ଟରନେଟ୍ ଓ ବିଦ୍ୟୁତ ବ୍ଲାକ୍ ଆଉଟ୍ ସହିତ କେତେକ କ୍ଷେତ୍ରରେ ରେଡିଓ, ସେଲଫୋନ ଓ ମୋବାଇଲ ସିଗ୍ନାଲ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି। 

   Related Posts