ବଡ ଦୁର୍ଘଟଣା: ଫ୍ଲାଇ ଓଭର ତଳକୁ ଖସି ପଡିଲା ବସ୍, ଅନେକ ମୃତ୍ୟୁ ଆଶଙ୍କା

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩।୧୦: ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ବୁଧବାର ରାତିରେ ବଡ ଦୁର୍ଘଟଣା ଘଟିଛି। ଲାଲ କୁଆଁ ଅଭିମୁଖେ ଗାଜିଆବାଦରୁ ଆସୁଥିବା ଯାତ୍ରୀରେ ଭରା ବସ୍ ଭାଟିଆ ମୋଡରେ ଫ୍ଲାଇଓଭର ତଳକୁ ଖସି ପଡିଛି। ଫ୍ଲାଇ ଓଭର ତଳେ ହିଁ ବଜାର ବସିଥିଲା। ବସ୍ ଖସିବାରୁ ବଜାରରେ ଥିବା ଅନେକ ଲୋକ ବସ୍ ତଳେ ଚପି ହାେଇ ରହି ଯାଇଛନ୍ତି। ଏହି ଘଟଣାରେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ବର୍ତ୍ତମାନ ସୁଦ୍ଧା ଆମ୍ବୁଲାନ୍ସରେ ୧୦ ଜଣ ଆହତଙ୍କୁ ଜିଲ୍ଲା ସରକାରୀ ହସ୍ପିଟାଲ ଭର୍ତ୍ତି କରାଯାଇଛି। ପୋଲିସ ଅନୁଯାୟୀ ଘଟଣାସ୍ଥଳରେ ୮ ରୁ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ହେଲେ ଏ ପର୍ଯ୍ୟନ୍ତ ମୃତାହତକୁ ନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

wp:html /wp:html

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ବସ୍‌ଟି ଶିବ ଟୁର ଆଣ୍ଡ ଟ୍ରାଭେଲର। ବସ୍ ନୋଏଡାରୁ ଅଫିସ୍‌ ଷ୍ଟାଫଙ୍କୁ ଧରି ଫେରୁଥିଲା। ବସ୍‌ ଫ୍ଲାଇ ଓଭର ଉପରେ ଏକ ବାଇକ୍‌କୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିବା ଦେଖଣାହାରୀ କହିଛନ୍ତି। ବସ୍ ତଳକୁ ଖସି ପଡିବା ପରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା।

ଘଟଣାସ୍ଥଳରେ ଥିବା ଲୋକଙ୍କ ଅନୂଯାୟୀ, ବସ୍ ରଙ୍ଗ ରୁଟ୍‌ରେ ଆସୁଥିଲା। ଫ୍ଲାଇ ଓଭର ଉପରେ ବାଇକ୍‌କୁ ଧକ୍କା ଦେବା ପରେ ବସ୍‌ ରେଲିଂ ଭାଙ୍ଗି ତଳକୁ ଖସି ପଡିଛି। ଘଟଣାର ସୂଚନା ମିଳିବା ମାତ୍ରେ ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅତୁଲ ଗର୍ଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.