ଅଯୋଧ୍ୟାରେ ଅନେକ ଗାଡିକୁ ଧକ୍କା ମାରିଲା ଦ୍ରୁତଗାମୀ ଡମ୍ଫର; ଜଣେ ମୃତ, ୬ ଆହତ

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ ୦୯।୦୪; ଅଯୋଧ୍ୟାର ଲତା ମଙ୍ଗେଶକର ଚୌକରେ ଦୁର୍ଘଟଣା ।  ବିଳମ୍ବିତ ରାତିରେ ଦୁର୍ଗାଗଞ୍ଜ ମାଞ୍ଜାରୁ ଆସୁଥିବା ଏକ ଦ୍ରୁତଗାମୀ ଡମ୍ପର ନୟା ଘାଟ ଚୌକି ନିକଟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଯାଇଛି । 

ଏହି ଦୁର୍ଘଟଣାରେ ରାସ୍ତା କଡ଼ର ଫୁଟପାଥ ଏବଂ ଦୋକାନଗୁଡ଼ିକ ମଧ୍ୟ ଭାଙ୍ଗି ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଅଯୋଧ୍ୟା କୋତୱାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଯୋଧ୍ୟା ଧାମର ଲତା ମଙ୍ଗେଶକର ଚୌକରେ ଏକ ଦ୍ରୁତଗାମୀ ଡମ୍ପର ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଶ୍ରୀରାମ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ଅଧିକାରୀ ଡାକ୍ତର ମନୀଷ ଶାକ୍ୟ କହିଛନ୍ତି ଯେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ସାମାନ୍ୟ ଆହତ ହୋଇଛନ୍ତି, ଯାହାଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି, ଯେଉଁମାନଙ୍କୁ ରାଜା ଦଶରଥ ମେଡିକାଲ କଲେଜକୁ ରେଫର କରାଯାଇଛି। 

କହିବାକୁ ଗଲେ ଦୁଇଟି ଜେସିବି ସାହାଯ୍ୟରେ ଡମ୍ପରକୁ ରାସ୍ତାରୁ ବାହାର କରାଯାଇଛି । ଏହି ଘଟଣାରେ ଆହତ ରାଜା ବାବୁ କହିଛନ୍ତି ଯେ ଲତା ମଙ୍ଗେଶକର ଚୌକରେ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ମୋ କାରକୁ ଧକ୍କା ଦେଇଥିଲା। ମୁଁ ମୋ ଗାଡ଼ିରୁ ଡେଇଁ ପଡ଼ି ମୋ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲି। ଡମ୍ପରଟି ଅନେକ ଲୋକଙ୍କୁ ଏବଂ ଗାଡ଼ି ଗୁଡ଼ିକୁ ଧକ୍କା ଦେଇଥିଲା । ଏହା ସହ ଆଉ ଜଣଙ୍କୁ ଚାପି ଦେଇଥିଲା। ମୋର ଗୋଡ, ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.