Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମିଜୋରାମ ପଥର ଖାଦାନ ଭୁଶୁଡ଼ିବା ଘଟଣା, ୮ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଦବି ରହିଛନ୍ତି ୪ଜଣ

15/11/2022 at 8:59 AM

ଆଇଜଲ:  ମିଜୋରାମ୍ ପଥର ଖାଦାନ ଭୟଙ୍କର ଦୁର୍ଘଟଣାରେ ୮ଜଣଙ୍କ ମୃତଦେହ ଉଦ୍ଧାର । ଆହୁରି ୪ଜଣ ଶ୍ରମିକ ଏବେ ବି ମାଟି ଅତଡ଼ା ତଳେ ଦବି ହୋଇ ରହିଛନ୍ତି । ଶ୍ରମିକମାନଙ୍କୁ ମାଟି ତଳୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ଏସଡିଆରଏଫ, ବିଏସଏଫ ଏବଂ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ୧୨ଜଣ ଶ୍ରମିକ ବିହାରର ହୋଇଥିବାବେଳେ ଏମାନଙ୍କ ପରିଚୟ ମିଳିପାରିନାହିଁ ।  

ପୋଲିସର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର ଶ୍ରମିକ ପଥର ଖନନ କାମ କରୁଥିଲେ। ଏହି ସମୟରେ ଅଚାନକ ପଥର ଖଣି ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୨ଜଣ ଶ୍ରମିକ ମାଟି ଅତଡ଼ା ତଳେ ଦବି ହୋଇଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ମିଶି ଏସଡିଆରଏଫ, ବିଏସଏପ୍ ଓ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।   

ଅଧିକାରୀଙ୍କ ମତରେ, ଗତ କାଲିଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟ୍ ୧୨ ଶ୍ରମିକଙ୍କ ମଧ୍ୟରୁ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୪ ଶ୍ରମିକଙ୍କ ମଧ୍ୟରୁ ୩ଜଣଙ୍କ ଶରୀରର କିଛି ଅଂଶ ବାହାର କରାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts