ମାଜିଷ୍ଟ୍ରେଟ୍, ଜଜ୍ ଆଇନ୍ ଠାରୁ ଉର୍ଦ୍ଧ୍ୱରେ ନୁହନ୍ତି, ସେମାନେ ବି କୋର୍ଟର ସାମ୍ନା କରିବେ: କେରଳ ହାଇକୋର୍ଟ
24/12/2022 at 2:53 PM

କୋଚି, ୨୪/୧୨: ମାଜିଷ୍ଟ୍ରେଟ୍, ଜଜ୍ ଏବଂ ପ୍ରିଜାଇଡିଂ ଅଫିସର୍ ଆଇନ୍ ଠାରୁ ଉର୍ଦ୍ଧ୍ୱରେ ନୁହନ୍ତି । ସେମାନେ ଆଇନ୍ ମାନିବାକୁ ବାଧ୍ୟ । କର୍ତ୍ତବ୍ୟରେ ଅବହେଳା କିମ୍ୱା କୌଣସି ବେଆଇନ୍ କାର୍ଯ୍ୟ ପାଇଁ ସେ ମଧ୍ୟ କୋର୍ଟଙ୍କ ଜେରାର ସାମ୍ନା କରିବେ । ଏପରି କହିଛନ୍ତି କେରଳ ହାଇକୋର୍ଟ । ଲକ୍ଷାଦ୍ୱିପର ତତ୍କାଳୀନ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିଲମ୍ୱନ ମାମଲାର ବିଚାର କରି ହାଇକୋର୍ଟ ଏପରି କହିଛନ୍ତି ।
ଏକ ଅପରାଧିକ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଖ୍ୟ ମାଜିଷ୍ଟ୍ରେଟ୍ଙ୍କ ନାମରେ ପ୍ରମାଣ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଏହାର ବିଚାର ସମୟରେ ଜଷ୍ଟିସ୍ ପିଭି କୁନହିକ୍ରିଷ୍ଣ ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା ବୋଲି କହିଛନ୍ତି । ଜଷ୍ଟିସ୍ କେନ୍ଦ୍ର ଶାସିତ ଅଞ୍ଚଳର ଲାକ୍ଷାଦ୍ୱିପର ଅଡ୍ମିନିଷ୍ଟ୍ରେଟରଙ୍କୁ ପୂର୍ବତନ ସିଜେଏମ୍ ତଥା ବର୍ତ୍ତମାନ ଦ୍ୱୀପପୁଞ୍ଜର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବଙ୍କୁ ନ୍ୟାୟିକ ବିଚାର ଚାଲିଥିବା ପର୍ଯ୍ୟନ୍ତ ନିଲମ୍ୱିତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ତତ୍କଳୀନ ସିଜେଏମ୍ଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ତେବେ ଅଭିଯୋଗର ବିସ୍ତୃତ ଅନୁସନ୍ଧାନ କରିବା ଏବଂ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଲକ୍ଷ୍ମୀଦୀପର ଆଡମିନିଷ୍ଟ୍ରେଟର୍ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।