ସାକାର ହେବ ମହିମା ସାଧୁଙ୍କ ଦୀର୍ଘ ବର୍ଷର ପରିକଳ୍ପନା, ୧୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 22, 2023 IST

ଢେଙ୍କାନାଳ ୨୨/୧୨: ନୂଆ ରୂପ ନେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଜୋରନ୍ଦା ସ୍ଥିତ ମହିମା ଗାଦି । ରାଜ୍ୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ମଠ ମନ୍ଦିର ନବୀକରଣ ଯୋଜନାରେ ସାମିଲ ହୋଇଛି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ଗାଦି ।

ଏଥିପାଇଁ ପୂର୍ବ ଘୋଷଣା ମୁତାବକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଗସ୍ତ କରୁଛନ୍ତି । ଆଉ ଯୋରନ୍ଦା ମହିମା ଗାଦିକୁ ସ୍ୱତନ୍ତ୍ର ହେକିକ୍ୟାପ୍ଟର ଯୋଗେ ପହଂଚି ମହିମା ଗାଦିରେ ୧୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଅନ୍ୟ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଯୋରନ୍ଦା ମହିମା ଗାଦିକୁ ଯିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତ ପାଇଁ ଯୋରନ୍ଦା ମହିମା ଗାଦିରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

you can also read...

wp:embed {"url":"https://www.prameyanews7.com/aso-exam-irregularity-allegation-case-verdict-comes-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aso-exam-irregularity-allegation-case-verdict-comes-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.